ଲସ୍ ଆଞ୍ଜେଲ୍ସ ଅଲମ୍ପିକ୍ ୨୦୨୮ରେ କ୍ରିକେଟ ସାମିଲ ହେବାକୁ ପ୍ରଧାନମନ୍ତ୍ରୀଙ୍କ ସ୍ୱାଗତ

ନୂଆଦିଲ୍ଲୀ: ଲସ୍ ଆଞ୍ଜେଲ୍ସ ଅଲମ୍ପିକ୍ ୨୦୨୮ରେ ବେସବଲ-ସଫ୍ଟବଲ୍‌, କ୍ରିକେଟ, ଫ୍ଲାଗ୍ ଫୁଟବଲ, ଲାକ୍ରୋଜ୍ ଏବଂ ସ୍କ୍ୱାସ୍ ସାମିଲ ହେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱାଗତ କରିଛନ୍ତି। ଏକ୍ସରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି ଯେ, ‘ଲସ୍ ଆଞ୍ଜେଲ୍ସ ଅଲମ୍ପିକ୍ ୨୦୨୮ରେ ବେସବଲ-ସଫ୍ଟବଲ୍‌, କ୍ରିକେଟ, ଫ୍ଲାଗ୍ ଫୁଟବଲ, ଲାକ୍ରୋଜ୍ ଏବଂ ସ୍କ୍ୱାସ୍‌କୁ ସାମିଲ କରାଯିବାକୁ ନେଇ ବେଶ୍ ଖୁସି। କ୍ରୀଡ଼ାବିତମାନଙ୍କ ପାଇଁ ଏହା ବଡ଼ ଖବର। କ୍ରିକେଟ ପ୍ରେମୀ ଦେଶ ଭାବେ ଆମେ ବିଶେଷକରି କ୍ରିକେଟ ଏଥିରେ ସାମିଲ ହେବାକୁ ସ୍ୱାଗତ କରୁଛୁ, ଯାହା କି ଏହି ଚମତ୍କାର ଖେଳର ବଢ଼ୁଥିବା ବୈଶ୍ୱିକ ଲୋକପ୍ରିୟତାକୁ ପ୍ରତିଫଳିତ କରୁଛି।’

Related Articles

Leave a Reply

Your email address will not be published.

Back to top button