ଅଜଣା ଗାଡି ଧକ୍କାରେ ୨ ମୃତ

ଅନୁଗୋଳ:  ଅନୁଗୋଳ ଜିଲ୍ଲା ପାଲଲହଡ଼ା ବାଇପାସ୍‌ ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଅଜଣା ଗାଡି ଧକ୍କାରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ମାଧବ ସାବାଡ଼ ଏବଂ ରାକେଶ ଶୁଣ୍ଡି ବୋଲି ଜଣାପଡିଛି । ଖବର ଅନୁଯାୟୀ, ରବିବାର ଦିନ ସକାଳୁ ସକାଳୁ  ଦୁଇ ଜଣ ପ୍ରାତଃ ଭ୍ରମଣରେ ଯାଇଥିଲେ । ଏହି ସମୟରେ ଅନୁଗୋଳ ଜିଲ୍ଲା ପାଲଲହଡ଼ା ବାଇପାସ୍‌ ନିକଟରେ ଏକ ଟ୍ରକ ଉଭୟଙ୍କ ଧକ୍କା ଦେଇଥିଲା । ଯାହାଫଳରେ ଉଭୟ ଛିଟିପି ପଡିଥିଲେ । ଏହାସହିତ ଉଭୟଙ୍କର ମଧ୍ୟ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା ।  ମୃତକ ହେଲେ ମାଧବ ସାବାଡ଼ ଏବଂ ରାକେଶ ଶୁଣ୍ଡି ହୋଇଥିବା ଜଣାପଡିଛି । ଉଭୟଙ୍କ ଘର ପାଲଲହଡ଼ା ମୁକ୍ତାପୁର ଅଞ୍ଚଳରେ ବୋଲି ସୂଚନା ରହିଛି ।

Related Articles

Leave a Reply

Your email address will not be published.

Back to top button