ସାତ ମହଲା କୋଠାରେ ଅଗ୍ନିକାଣ୍ଡ: ୭ ମୃତ, ୪୦ରୁ ଊର୍ଦ୍ଧ୍ଵ ଉଦ୍ଧାର

ମୁମ୍ବାଇ: ମୁମ୍ବାଇର ଗୋରେଗାଓଁ ୱେଷ୍ଟର ଏମଜି ରୋଡରେ ଅବସ୍ଥିତ ସାତ ମହଲା ବିଶିଷ୍ଟ ଜୟ ଭବାନୀ ବିଲଡିଂରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ବୁଧବାର ଏବଂ ଗୁରୁବାର ମଧ୍ୟରାତ୍ରିରେ ରାତି ପ୍ରାୟ ୩ ଟା ସମୟରେ ଏହି ବିରାଟ ଅଗ୍ନିକାଣ୍ଡ ଘଟିଥିଲା। ଅଗ୍ନିଶମ ବାହିନୀ ଏହି ନିଆଁକୁ ସ୍ତର ଦୁଇ ବୋଲି ଘୋଷଣା କରିଥିଲେ। ନିଆଁ ଏକ ବିରାଟ ରୂପ ନେଇଥିଲା ଏବଂ ସୂଚନା ଅନୁଯାୟୀ ୭ ଜଣ ପ୍ରାଣ ହରାଇଥିଲେ। ଏଥି ସହିତ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ୩୫ ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ଏବଂ ୪ ଜଣଙ୍କୁ ଡିସଚାର୍ଜ କରାଯାଇଛି। ପ୍ରାୟ ଦଶରୁ ବାର ଅଗ୍ନିଶମ ବାହିନୀ ଗାଡି ଘଟଣାସ୍ଥଳରେ ପହଞ୍ଚି ୩୧ ଜଣଙ୍କୁ ନିରାପଦରେ ସ୍ଥାନାନ୍ତର କରିଥିବାବେଳେ ୧୪ ଜଣ ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଯାଇଥିଲା। ବର୍ତ୍ତମାନ ନିଆଁକୁ ନିୟନ୍ତ୍ରଣକୁ ନିଆଯାଇଛି।

Related Articles

Leave a Reply

Your email address will not be published.

Back to top button