ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଉପକାରୀ ଆଳୁ ଜୁସ୍

ଆଳୁକୁ ସବୁ ପନିପରିବାର ରାଜା କୁହାଯାଏ। କାରଣ ଏହା ଅଧିକାଂଶ ତରକାରୀରେ ବିଶେଷ ଭାବରେ ସାମିଲ ହୋଇଥାଏ। ଅନେକ ଲୋକ ଆଳୁରେ ଥିବା ପୁଷ୍ଟିକର ଉପାଦାନ ବିଷୟରେ ଭଲ ଭାବରେ ଜାଣି ନାହାଁନ୍ତି। ଆଳୁ ସ୍ୱାସ୍ଥ୍ୟ ପାଇଁ କେତେ ଲାଭଦାୟକ ତାହା ଜାଣିବା ଉଚିତ୍। ଆଳୁରେ ଅନେକ ସ୍ୱାସ୍ଥ୍ୟ ଉପକାର ଲୁଚି ରହିଛି। ଆଳୁକୁ ବିଭିନ୍ନ ଉପାୟରେ ବ୍ୟବହାର କରାଯାଏ। ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଆଳୁ ଜୁସ୍ ।

କଞ୍ଚା ଆଳୁ ରସକୁ ମୁହଁରେ ଲଗାଇବା ଦ୍ୱାରା କଳା ଦାଗ, ଆଖି ତଳେ ଡାର୍କ ସର୍କଲ ଏବଂ ହାଇପରପିଗମେଣ୍ଟେସନ୍ କମ୍ ହୋଇଥାଏ। ଏହା ବ୍ୟତୀତ ଆଳୁ ସ୍କିନ୍‌କୁ ଗ୍ଲୋଇଂ ଓ ଟାଇଟ୍‌ କରିଥାଏ। ଏକ୍ଜିମା ଓ ସୋରିୟାସିସ୍ ଫ୍ଲେୟାର ଅପ୍ କମ୍ କରେ : ପ୍ରଭାବିତ ସ୍ଥାନରେ କଞ୍ଚା ଆଳୁ ରସ ୧୦-୧୫ ଦିନ ଲଗାଇଲେ ପିଲା ଏବଂ ବୟସ୍କଙ୍କୁ ଏହି ସମସ୍ୟାରୁ ମୁକ୍ତି ମିଳିଥାଏ।

ଗଣ୍ଠି ଯନ୍ତ୍ରଣାର ସାଧାରଣ କାରଣ ହେଉଛି ଉଚ୍ଚ ୟୁରିକ୍ ଏସିଡ୍ ସ୍ତର। ବିଶେଷଜ୍ଞଙ୍କ ଅନୁଯାୟୀ, ତାଜା ଆଳୁ ରସ ପିଇବା ଦ୍ୱାରା ଏସିଡ୍ ସ୍ତର କମ୍ ହୋଇଥାଏ। କେବଳ ଏତିକି ନୁହେଁ, ଏହା କିଡନୀକୁ ସୁସ୍ଥ ରଖିବାରେ ମଧ୍ୟ ସାହାଯ୍ୟ କରିଥାଏ। ଏହା ଭିଟାମିନ୍ ସି ଏବଂ ଆଇରନ୍‌ର ଏକ ଉତ୍ତମ ଉତ୍ସ। ଗୋଟିଏ ମଧ୍ୟମ ଆଳୁରେ ଭିଟାମିନ୍ ସି ର RDA ର ୫୦ ପ୍ରତିଶତରୁ ଅଧିକ ଥାଏ । ମେଟାବୋଲିଜିମ୍ ଏବଂ ଇମ୍ୟୁନ୍ ସିଷ୍ଟମକୁ ବଢାଇବା ପାଇଁ ଏଥିରେ ପ୍ରଚୁର ପରିମାଣରେ ଆଇରନ୍ ଥାଏ।

Related Articles

Leave a Reply

Your email address will not be published.

Back to top button