କେଶ ଧଳା ନ ହେବାର କିଛି ଟିପ୍ସ

ସାଧାରଣତଃ ୫୦ ବର୍ଷ ପରେ କେଶ ଧଳା ହେବା ଆରମ୍ଭ ହୋଇଥାଏ । ବର୍ତ୍ତମାନ ଖାଦ୍ୟପେୟରେ ଅନିୟମିତତା, ମାନସିକ ଚିନ୍ତା ହେତୁ ବହୁ କମ୍ ବୟସର ଲୋକମାନଙ୍କର ଏଭଳି ସମସ୍ୟା ଦେଖିବାକୁ ମିଳୁଛି । ଶରୀରରେ କ୍ୟାଲସିୟମ୍ ଓ ଭିଟାମିନ୍ ଅଭାବ ହେଲେ କେଶ ପାଚିବା ଭଳି ସମସ୍ୟା ଦେଖାଯାଏ । ଏଭଳି ସମସ୍ୟାକୁ ଦୂର କରିବା ପାଇଁ ଅଧିକ ପୁଷ୍ଟିକର ଖାଦ୍ୟ ଖାଇବାର ଆବଶ୍ୟକତା ରହିଛି ।ବିଭିନ୍ନ ଫଳ ମୂଳ ଓ ସବୁଜ ପନିପରିବା ସହ ପ୍ରୋଟିନ୍ ଜାତୀୟ ଖାଦ୍ୟ ଖାଇବା ଆବଶ୍ୟକ । କେଶ ଧଳା ହେବାର କାରଣ ଆପଣଙ୍କ ଶରୀରରେ ଭିଟାମିନ୍ ବି-୧୨ ଅଭାବ ରହିଥାଏ ।

ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନରେ ଲୋକେ ଅଧିକ ଟେନ୍‌ସନ୍‌ ନେଉଥିବାର ଦେଖାଯାଉଛି । ରାତି ରାତି ଅନିଦ୍ରା ହେବା ଆଦି କେଶ ପାଚିବାର ଅନ୍ୟ ଏକ କାରଣ । ଯେଉଁମାନଙ୍କର ଏସିଡିଟି ଓ ଗ୍ୟାସ୍ ସମସ୍ୟା ରହିଥାଏ ସେମାନଙ୍କର ମଧ୍ୟ ଚୁଟି ପାଚିଥାଏ । ଚିନ୍ତା ମୁକ୍ତ ରହିବା, ପ୍ରତିଦିନ ସୁସ୍ଥ ଖାଦ୍ୟ ଖାଇବା, ତେଲ ଜାତୀୟ ଖାଦ୍ୟଠାରୁ ଦୂରରେ ରହିବା ଏଥିସହ ପ୍ରତିଦିନ ଶାମ୍ପୁ କରନ୍ତୁ ନାହିଁ । ସବୁଦିନ କେଶରେ ତେଲ ଲଗାନ୍ତୁ, ଏହା ଫଳରେ କେଶ ମଜବୁତ୍ ହୋଇଥାଏ । ପ୍ରଚୁର ପରିମାଣରେ ପାଣି ପିଅନ୍ତୁ । ଖାଦ୍ୟରେ ବିଭିନ୍ନ ପ୍ରକାର ସାମଗ୍ରୀ ଯେପରିକି ଅଣ୍ଡା, ସୋୟାବିନ୍, କଦଳୀ, ଓଟ୍ସ ଓ କ୍ଷୀର ଆଦି ସାମିଲ କରନ୍ତୁ ।

Related Articles

Leave a Reply

Your email address will not be published.

Back to top button