ପୁରୁଷ ଟ୍ରାପ ଟିମ ଇଭେଣ୍ଟରେ ସ୍ବର୍ଣ୍ଣ ଜିତିଲା ଭାରତ

ନୂଆଦିଲ୍ଲୀ: ଚୀନରେ ପୁଣି ଉଡ଼ିଲା ତ୍ରିରଙ୍ଗା । ଚୀନରେ ଚାଲିଥିବା ଏସୀୟ କ୍ରୀଡ଼ାରେ ପୁଣି ସୁଟିଂରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣିମ ସଫଳତା ମିଳିଛି । ସୁଟିଂରେ ଆଉ ଏକ ସ୍ୱର୍ଣ୍ଣ ପଦକ ଜିତିଛି ଭାରତ । ପୁରୁଷ ଟ୍ରାପ୍ ଇଭେଣ୍ଟରେ ସ୍ବର୍ଣ୍ଣ ଜିତିଛି ଭାରତ । ସେହିପରି ମହିଳା ଟ୍ରାପ ଇଭେଣ୍ଟରେ ଭାରତକୁ ରୌପ୍ୟ ପଦକ ମିଳିଛି । ଏହା ସହିତ ଭାରତର ପଦକ ସଂଖ୍ୟା ୪୧ରୁ ବୃଦ୍ଧି ହୋଇଛି ଯେଉଥିରେ ୧୧ଟି ସ୍ବର୍ଣ୍ଣ ପଦକ ରହିଛି । ପୁରୁଷ ଟ୍ରାପ ଇଭେଣ୍ଟରେ କାଇନାନ ଚେନାଇ, ଜୋରାଭର ସିଂହ, ପୃଥ୍ବୀରାଜ ଟୋଣ୍ଡାଇମାନ ସ୍ବର୍ଣ୍ଣିମ ସଫଳତା ଅର୍ଜନ କରିଛନ୍ତି । ୩୬୧ ସ୍କୋର ସହ ରେକର୍ଡ କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଦେଶ ପାଇଁ ସ୍ବର୍ଣ୍ଣିମ ସଫଳତା ଅର୍ଜନ କରିଥିବାରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି । ସେହିପିର ମହିଳା ଟ୍ରାପ ଇଭେଣ୍ଟରେ ଭାରତକୁ ରୌପ୍ୟ ପଦକ ମିଳିଛି । ଏହି ଦଳରେ ମନୀଷା କିର, ପ୍ରୀତି ରାଜାକ୍, ରାଜେଶ୍ବରୀ କୁମୀର ରୌପ୍ୟ ପଦକ ଜିତିଛନ୍ତି । ବିଶେଷ କରି ଏସୀୟ କ୍ରୀଡ଼ାରେ ସୁଟିଂ ବା ବନ୍ଧୁକ ଚାଳନାରେ କମାଲ କରିଛନ୍ତି ଭାରତୀୟ । ସର୍ବାଧିକ ପଦକ ସୁଟିଂରେ ମିଳିଛି । ଏସୀୟ କ୍ରୀଡ଼ାରେ ଷଷ୍ଠ ଦିନରେ ଭାରତକୁ ପୁରୁଷ ୫୦ ମିଟର ଏୟାର ରାଇଫଲ ଟିମ୍ ଇଭେଣ୍ଟ୍ରେ ସ୍ବର୍ଣ୍ଣ ପଦକ ମିଳିଥିବାବେଳେ ମହିଳା ୧୦ ମିଟର ଏୟାର ପିସ୍ତଲ ଟିମ୍ ଇଭେଣ୍ଟରେ ରୌପ୍ୟ ପଦକ ମିଳିଥିଲା ।

Related Articles

Leave a Reply

Your email address will not be published.

Back to top button