ତିନିଗୁଣା ବଢ଼ିଲା ଭୁବନେଶ୍ୱର-ଉତ୍କେଲା ବିମାନ ଭଡ଼ା

ଭୁବନେଶ୍ବର: କଳାହାଣ୍ଡି ଜିଲ୍ଲାବାସୀଙ୍କ ବହୁ  ପ୍ରତୀକ୍ଷିତ ସ୍ୱପ୍ନ ଉତ୍କେଲା ଏୟାରଷ୍ଟ୍ରିପ୍‌କୁ ବିମାନବନ୍ଦରରେ ରୂପାନ୍ତରିତ  କଲେ ସରକାର । ଗତ ଅଗଷ୍ଟ ୩୧ ତାରିଖରେ ପ୍ରଥମ କରି ଏହି  ବିମାନବନ୍ଦରରୁ ଯାତ୍ରୀବାହୀ ବିମାନ ଚଳାଚଳ ଆରମ୍ଭ ହୋଇଥିଲା ।  ଯାତ୍ରୀଭଡ଼ା ଜଣ ପ୍ରତି ୯୯୯ ଟଙ୍କା ଧାର୍ୟ୍ୟ କରାଯାଇଥିଲା । ଯାହାର  ଜିଏସ୍‌ଟି ସହ ଭୁବନେଶ୍ୱର-ଉତ୍କେଲା-ଭୁବନେଶ୍ୱର ଫ୍ଲାଇଟ୍‌ ଟିକଟ୍‌  ଦାମ ରହିଥିଲା ୧୦୫୦ଟଙ୍କା । ଟିକଟ୍‌ ମୂଲ୍ୟ କମ୍‌ ଥିବାରୁ ଜିଲ୍ଲାବାସୀ  ଉପକୃତ ହେବେ ବୋଲି ଆଶା କରିଥିଲେ । ମାତ୍ର ଉତ୍କେଲା ବିମାନ ଚାଳାଚଳ ଦାୟିତ୍ୱରେ ଥିବା ଘରୋଇ ସଂସ୍ଥା ‘ଇଣ୍ଡିଆ ୱାନ ଏୟାର’  ଟିକଟ୍‌ ମୂଲ୍ୟକୁ ଗୋଟିଏ ମାସରେ ତିନିଗୁଣା ବୃଦ୍ଧି କରିଛି । ବର୍ତ୍ତମାନ ଉତ୍କେଲାରୁ ବିମାନରେ ଭୁବନେଶ୍ୱର ଯିବାକୁ ହେଲେ ଟିକଟ ଦାମ  ୨୮୪୬ଟଙ୍କା ପଡୁଛି । ଟିକଟ୍‌ ମୂଲ୍ୟ ୨୭୧୦ଟଙ୍କା ସହ ଜିଏସ୍‌ଟି  ୧୩୬ଟଙ୍କା ଯୋଡ଼ାଯାଇଛି । ମାସକ ମଧ୍ୟରେ ଏଭଳି ଟିକଟ୍‌ ଦର ବୃଦ୍ଧି  କରାଯିବାରୁ ସାଧାରଣରେ ଅସନ୍ତୋଷ କୁହୁଳୁଛି ।  ପ୍ରକାଶ ଯେ, ଗତ  ଅଗଷ୍ଟ ୩୧ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର  ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଉପସ୍ଥିତ ରହି ଉତ୍କେଲା  ଅଭିମୁଖେ ଆସିବାକୁ ଥିବା ପ୍ରଥମ ବିମାନକୁ ପତାକା ଦେଖାଇ ଆରମ୍ଭ  କରିଥିଲେ ।

Related Articles

Leave a Reply

Your email address will not be published.

Back to top button