ଆଦିବାସୀଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବିଜେପି ଲୋକ ପ୍ରତିନିଧି- ସ୍ନେହାଙ୍ଗିନୀ ଛୁରିଆ

ଭୁବନେଶ୍ୱର :  ମୁଖ୍ୟମନ୍ତ୍ରୀ ଆଦିବାସୀଙ୍କ ଭାଷା ସଂସ୍କୃତିକୁ ନେଇ ନବୀନ ପଟ୍ଟନାୟକ କାର୍ୟ୍ୟ କରୁଛନ୍ତି। ୨୩ଟି ଜିଲ୍ଲାରେ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଗଠନ କରିଛନ୍ତି । ଆଦିବାସୀଙ୍କ ଶିକ୍ଷା ସ୍ବାସ୍ଥ୍ୟ ଭଳି ଦିଗକୁ ଗୁରୁତ୍ଵ ଦେଇଛନ୍ତି ସରକାର ବୋଲି କହିଛନ୍ତି ବିଜେଡି ବିଧାୟକ ସ୍ନେହାଙ୍ଗିନୀ ଛୁରିଆ। ସେ ଆହୁରି ମଧ୍ୟ କହିଛନ୍ତି ଯେ, କୁଇ, ମୁଣ୍ଡାରୀ, ଭୂମି ଓ ସୌରା ଭଳି ଭାଷାକୁ କ୍ୟାବିନେଟରେ ଅନୁମୋଦନ ମିଳିଛି। ତାକୁ ସାମ୍ବିଧାନିକ ଅଧିକାର ଦେବା ପାଇଁ କେନ୍ଦ୍ର ସରକାରଙ୍କୁ ମୁଖ୍ୟମନ୍ତ୍ରୀ ଚିଠି ଲେଖିଛନ୍ତି। ସାମ୍ବିଧାନିକ ଅଷ୍ଟମ ଅନୁଚ୍ଛେଦରେ ସ୍ଥାନ ଦେବା ପାଇଁ ନିବେଦନ କଲେ ମଧ୍ୟ କେନ୍ଦ୍ର ସରକାର ନୀରବ। ଆର୍ଥିକ ସ୍ତରେ ସଂରକ୍ଷଣ ଶିକ୍ଷା ସ୍ତରରେ ସଂରକ୍ଷଣ ପାଇଁ ୧୯୭୦ ମସିହାରୁ ଅପେକ୍ଷାରେ ଅଛନ୍ତି ଆଦିବାସୀ ଲୋକେ। ବିଧାୟକ ଓ ସାଂସଦକୁ ଲୋକେ ବିଜେପିର ନିର୍ବାଚିତ କରିଛନ୍ତି ତେଣୁ ସେ ତାଙ୍କ କେନ୍ଦ୍ର ସରକାରଙ୍କ ନିକଟରେ ଆଦିବାସୀଙ୍କ ହକ ପାଇଁ ଲଢନ୍ତୁ।ଖାଲି ଭୋଟ ପାଇଁ ଆଦିବାସୀଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବିଜେପି ଲୋକ ପ୍ରତିନିଧି।କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରି ଆଦିବାସୀଙ୍କୁ ତାଙ୍କ ହକ ଦିଅନ୍ତୁ। ଅନ୍ମେଶା ଯୋଜନାରେ ତାଙ୍କୁ ରାଜ୍ୟ ସରକାର ଆଗକୁ ନେଇଛନ୍ତି। ଓଡ଼ିଶା ସରକାର ଅବହେଳା ନକରି ଆଦିବାସୀଙ୍କୁ ୧୬୯ ସମ୍ପ୍ରଦାୟର ଆଦିବାସୀଙ୍କୁ ତାଙ୍କ ହକ୍ ବଞ୍ଚିତ ନ କରନ୍ତୁ କେନ୍ଦ୍ର ସରକାର।

Related Articles

Leave a Reply

Your email address will not be published.

Back to top button