ମହିମା ଆଶ୍ରମରେ ନବାନ୍ନ ଉତ୍ସବ

ଜଟଣୀ: ଖୋର୍ଦ୍ଧା ଜିଲ୍ଲା ଜଟଣୀ ବ୍ଲକ ଅଧୀନ ପାଣିଓରା ଠାରେ ଅବସ୍ଥିତ ମହିମା ଆଶ୍ରମ ଠାରେ ଦୁଇ ଦିନ ଧରି ନବାନ୍ନ ଉତ୍ସବ ପାଳନ ହୋଇଯାଇଛି l ଗୁରୁବାର ଦିନ ସାୟଂ ବ୍ରହ୍ମ ମୁହୂର୍ତ୍ତ ଅଖଣ୍ଡ ଘୃତବତୀ ଅର୍ପଣ କରାଯାଇଥିଲା l ଶୁକ୍ରବାର ପ୍ରାତଃ ବ୍ରହ୍ମ ମୁହୂର୍ତ୍ତରେ ପ୍ରଭୁ ପ୍ରସାଦ ବାଲ୍ୟଲୀଳା ଅର୍ପଣ କରାଯାଇଥିଲା l ମହିମା ଆଶ୍ରମରେ ବିଶ୍ୱ ବ୍ରହ୍ମାଣ୍ଡର ମଙ୍ଗଳ ନିମନ୍ତେ ଅବଧୂତ ବିକ୍ରମ ବାବା ଓ ସାଧୁ ସନ୍ଥ ଏବଂ ଭକ୍ତ ବୃନ୍ଦ ସମସ୍ତେ ସମବେତ ପ୍ରଭୁଙ୍କୁ ପ୍ରାର୍ଥନା କରିବା ସହିତ ଅହରାତ୍ର ପ୍ରଭୁ ନାମ ଭଜନ ଗାୟନ କରିଥିଲେ l

ଏହି ଉତ୍ସବରେ ବକଳଧାରୀ ବାବା ଅବଧୂତ ବିକ୍ରମ ବାବା,ସାଧୁ ପବିତ୍ର ଦାସ, ସାଧୁ ଅନାଦି ଦାସ, ସାଧୁ ଚନ୍ଦ୍ରମଣି ଦାସ, ସାଧୁ ଅମୀୟ ଦାସ ଏବଂ ବହୁ ଦୂର ଦୂରାନ୍ତରୁ ଆସିଥିବା ଭକ୍ତମାନେ ଯୋଗ ଦେବା ସହିତ ସହଯୋଗ କରିଥିଲେ l

Related Articles

Leave a Reply

Your email address will not be published.

Back to top button