ଏସୀୟ କ୍ରୀଡ଼ା :ଭାରତକୁ ଆଉ ଏକ ସ୍ୱର୍ଣ୍ଣ ପଦକ

ନୂଆଦିଲ୍ଲୀ: ଚୀନର ପୂର୍ବପ୍ରାନ୍ତରେ ଥିବା ହାଙ୍ଗଝୋଉ ସହରରେ ଚାଲିଥିବା ଏସୀୟ କ୍ରୀଡ଼ା ୨୦୨୩ରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ ପଦକ ମିଳିଛି। ମହିଳା ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ହାସଲ କରିଛି ଭାରତ । ସୁଟର ପଲକ ଭାରତ ପାଇଁ ଏହି ସ୍ୱର୍ଣ୍ଣ ଜିତିଛନ୍ତି। ସମାନ ଇଭେଣ୍ଟରେ ରୌପ୍ୟ ଜିତିଛନ୍ତି ଇଶା ସିଂ ।
ପୁରୁଷ ଟେନିସ ଡବଲ୍ସରେ ଭାରତ ରୌପ୍ୟ ପଦକ  ଜିତିଛି। ସାକେତ୍‌-ରାମନାଥନ୍‌ ଯୋଡ଼ି ଏହି ରୌପ୍ୟ ପଦକ ଜିତିଛନ୍ତି। ଏଥିସହ ଭାରତକୁ ବର୍ତ୍ତମାନ ସୁଦ୍ଧା ମୋଟ ୩୦ଟି ପଦକ ମିଳିଛି ।  ଏପର୍ୟ୍ୟନ୍ତ ଭାରତକୁ ୮ଟି ସ୍ୱର୍ଣ୍ଣ, ୧୧ଟି ରୌପ୍ୟ ଓ ୧୧ଟି ବ୍ରୋଞ୍ଜ ପଦକ ମିଳିଛି । ୩୦ ଟି ପଦକ ସହ ତାଲିକାର ଚତୁର୍ଥ ସ୍ଥାନରେ ଭାରତ ରହିଛି ।

Related Articles

Leave a Reply

Your email address will not be published.

Back to top button