ବିସ୍ଫୋରଣରେ ୩୪ ମୃତ

ନୂଆଦିଲ୍ଲୀ:  ପାକିସ୍ତାନର ବେଲୁଚିସ୍ତାନରେ ଆଜି ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ବେଲୁଚିସ୍ତାନର ମାସ୍ତୁଙ୍ଗ ଜିଲ୍ଲାର ଏକ ମସଜିଦ୍‌ ନିକଟରେ ଇଦ ପର୍ବ ପାଳନ ନିମନ୍ତେ ଶତାଧିକ ଲୋକ ଏକାଠି ହୋଇଥିବା ବେଳେ ଏହି ବିସ୍ଫୋରଣ ଘଟିଛି। ଏଥିରେ ୩୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦୦ ଜଣ ଗୁରୁତର ହୋଇଛନ୍ତି। ଏହି ବିସ୍ଫୋରଣରେ ଜଣେ ଡିଏସ୍‌ପିଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ପ୍ରପେଟ ମହମ୍ମଦଙ୍କ ଜନ୍ମ ବାର୍ଷିକୀ ପାଳନ ନିମନ୍ତେ ମାସ୍ତୁଙ୍ଗ ଜିଲ୍ଲାର ଅଲ- ଫଲାହ ମସଜିଦ ନିକଟରେ ଆଜି ଶତାଧିକ ଲୋକ ରୁଣ୍ଡ ହୋଇଥିଲେ। ସେଠାରୁ ଏକ ଶୋଭାଯାତ୍ରା ବାହାରୁଥିବା ବେଳେ ଉକ୍ତ ସମୟରେ ଏକ ଭୟଙ୍କର ବିସ୍ଫୋରଣ ହୋଇଥିଲା।
ତୁରନ୍ତ ଉଦ୍ଧାରକାରୀ ଦଳ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ନିକଟବର୍ତ୍ତୀ ହସ୍ପିଟାଲଗୁଡ଼ିକରେ ଭର୍ତ୍ତି କରିଛନ୍ତି। ଏକସଙ୍ଗେ ବହୁ ରୋଗୀଙ୍କୁ ଭର୍ତ୍ତି କରାଯାଉଥିବାରୁ ହସ୍ପିଟାଲରେ ବେଡ ସଂଖ୍ୟା କମ୍‌ ପଡ଼ି ଯାଉଛି। ଫଳରେ ଆଖପାଖ ହସ୍ପିଟାଲରେ ଆପାତ୍ତକାଳୀନ ପରିସ୍ଥିତି ଘୋଷଣା କରାଯିବା ସହ ସମସ୍ତ ଷ୍ଟାଫଙ୍କୁ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

Related Articles

Leave a Reply

Your email address will not be published.

Back to top button