ପୁଣି ଆଉ ଏକ ହତ୍ୟାକାଣ୍ଡ: ଗଞ୍ଜାମ ଜିଲ୍ଲା ଯୁବ ବିଜେଡି ସମ୍ପାଦକଙ୍କୁ ନିର୍ମମ ଭାବେ ହତ୍ୟା କଲେ ଦୁର୍ବୃତ୍ତ

ଭୁବନେଶ୍ବର : ଗଞ୍ଜାମ ଜିଲ୍ଲାରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି। ୨୪ ଘଣ୍ଟା ମଧ୍ୟରେ ଗଡିଲା ଦୁଇ ଦୁଇ ଟି ମୁଣ୍ଡ! ପୋଲିସର ଢିଲା ପଣିଆର ସୁଯୋଗ ନେଇ ଅପରାଧୀ ମାନେ ପୁଣି ଥରେ ସକ୍ରିୟ ହେବା ସହ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଉଛନ୍ତି। ଗତ କାଲି ରାତିରେ କୋଦଳା ଥାନା ଅନ୍ତର୍ଗତ ଦାନପୁର ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସୁନୀଲ ନାହାକ ନାମକ ଜଣେ ଦୁର୍ଦ୍ଦାନ୍ତ ଅପରାଧୀକୁ ହତ୍ୟା କରାଯାଇଛି। ସେପଟେ ଧରାକୋଟ ଥାନା ଅନ୍ତର୍ଗତ ସରଧାପୁର ଗ୍ରାମ ପଞ୍ଚାୟତର ବାରୀଗୁଡା ଗାଁ ର ଶେଷ ମୁଣ୍ଡରେ ଅନିଲ ମହାନ୍ତି ଓରଫ କୋକୋଙ୍କୁ ଅଜି ସଖାଲେ ହତ୍ୟା କରିଛନ୍ତି ଦୁର୍ବୃତ୍ତ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା କରାଯାଇଥିବା ସୂଚନା ମିଳିଛି। ପ୍ରକାଶ ଥାଉ କି ଅନିଲ ଗଞ୍ଜାମ ଜିଲ୍ଲା ଯୁବ ବିଜେଡି ର ସମ୍ପାଦକ ଭାବରେ କାର୍ଯ୍ୟ କରୁଥିଲେ। ଗତ କିଛି ମାସ ଧରି ଜିଲ୍ଲାରେ ସିରିଜ୍ ହତ୍ୟାକାଣ୍ଡ ଘଟି ଚାଲିଥିବା ବେଳେ ଜିଲ୍ଲା ପୋଲିସ ର ଦକ୍ଷତା ଉପରକୁ ଅଙ୍ଗୁଳି ଉଠିଛି।

Related Articles

Leave a Reply

Your email address will not be published.

Back to top button