ଖାଲିସ୍ତାନୀ-ଗ୍ୟାଙ୍ଗଷ୍ଟରଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: କାନାଡା ଏବଂ ଭାରତ ମଧ୍ୟରେ ସମ୍ପର୍କକୁ ନେଇ ତିକ୍ତତା ମଧ୍ୟରେ ଆଜି ଏନଆଇଏ ଖାଲିସ୍ତାନୀ ଆତଙ୍କବାଦୀ, ଗ୍ୟାଙ୍ଗଷ୍ଟର ତଥା ଡ୍ରଗ୍ ଚୋରା ଚାଲାଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୭ ଟି ରାଜ୍ୟର ୫୩ ରୁ ଅଧିକ ସ୍ଥାନରେ ଚଢାଉ କରିଛି। ଏନଆଇଏ ମଧ୍ୟ କିଛି ଲୋକଙ୍କୁ ଗିରଫ କରିଛି। ଏଥିସହ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରାଯାଇଛି। ଆଜି ସକାଳେ ଜାତୀୟ ଅନୁସନ୍ଧାନ ଏଜେନ୍ସି ପଞ୍ଜାବ, ହରିୟାଣା, ରାଜସ୍ଥାନ, ଦିଲ୍ଲୀ ଏନସିଆର ଏବଂ ଉତ୍ତରପ୍ରଦେଶର ୫୧ ଟି ସ୍ଥାନରେ ଏକକାଳୀନ ଚଢାଉ ଆରମ୍ଭ କରିଛି। ଖାଲିସ୍ତାନୀ ଆତଙ୍କବାଦୀ ଏବଂ ଗ୍ୟାଙ୍ଗଷ୍ଟରଙ୍କ ଆଡ୍ଡାକୁ ଧ୍ୱଂସ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି। କାନାଡା ଏବଂ ଭାରତ ମଧ୍ୟରେ ବଢୁଥିବା କୂଟନୈତିକ ବିବାଦ ମଧ୍ୟରେ ଏହା ଭାରତରେ ଏନଆଇଏ ଦ୍ୱାରା ଏକ ପ୍ରମୁଖ କାର୍ଯ୍ୟାନୁଷ୍ଠାନ ବୋଲି ବିବେଚନା କରାଯାଉଛି।

କେଉଁ ଗ୍ୟାଙ୍ଗଷ୍ଟର ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି;

ଅଗଷ୍ଟ ୨୦୨୨ ପରଠାରୁ ଗ୍ୟାଙ୍ଗଷ୍ଟର ଏବଂ ଖାଲିସ୍ତାନୀ ଆତଙ୍କବାଦୀଙ୍କ ବିରୋଧରେ NIA UAPA ଅଧୀନରେ ୫ ଟି ମାମଲା ରୁଜୁ କରିଥିଲା, ଯେଉଁଥିରେ ଅର୍ଶଦୀପ ଡଲ୍ଲା, ଲରେନ୍ସ ବିଷ୍ନୋଆଇ, ଦେବେନ୍ଦ୍ର ବାମ୍ବିହାଙ୍କ ସମେତ ଅନେକ ଲୋକଙ୍କ ନାମ ରହିଛି। ଅର୍ଶଦୀପଙ୍କ ସଂଗଠନ ଖାଲିସ୍ତାନ ଟାଇଗର ଫୋର୍ସ ଉପରେ ମଧ୍ୟ NIA ର କାର୍ଯ୍ୟାନୁଷ୍ଠାନ ହୋଇଛି। ଅର୍ଶଦୀପଙ୍କ ଘନିଷ୍ଠ ସହଯୋଗୀ ହ୍ୟାରି ମୌର, ଗୁରୁପ୍ରୀତ ସିଂ ଗୁରୀ ଏବଂ ଗୁରୁମେଲ ସିଂଙ୍କୁ ଗିରଫ କରାଯାଇଥିଲା। ଏହା ବ୍ୟତୀତ ଲରେନ୍ସ ବିଷ୍ନୋଇ, ଦୀପକ ଟିନୁ, ସୁଖା ଦୁନିକେ, କୌଶଳ ଚୌଧୁରୀ, ଭୁପି ରାଣା, ସୁଖପ୍ରୀତ ସିଂ ଏବଂ କାଲା ଜଠେଡି ଭଳି ଗ୍ୟାଙ୍ଗଷ୍ଟରଙ୍କ ଲୁଚି ରହିଥିବା ସ୍ଥାନ ଉପରେ ଚଢାଉ କରାଯାଇଥିଲା। ଏହି ଚଢାଉରେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, କାର୍ଟ୍ରିଜ ଏବଂ ଡିଜିଟାଲ ପ୍ରମାଣ ଉଦ୍ଧାର କରାଯାଇଛି। ୟୁଏଇ, ପାକିସ୍ଥାନ, କାନାଡା ଏବଂ ପର୍ତ୍ତୁଗାଲରେ ବସିଥିବା ଖାଲିସ୍ତାନୀ ଏବଂ ଗ୍ୟାଙ୍ଗଷ୍ଟରମାନେ ହାୱାଲା ଚ୍ୟାନେଲ ମାଧ୍ୟମରେ ଭାରତରେ ଗ୍ରାଉଣ୍ଡ କର୍ମଚାରୀଙ୍କ ଉପରେ ନିଶା ଏବଂ ଅସ୍ତ୍ରଶସ୍ତ୍ର ପାଇଁ ଅର୍ଥ ପ୍ରଦାନ କରୁଛନ୍ତି।

Related Articles

Leave a Reply

Your email address will not be published.

Back to top button