ଘାଟିରେ ଓଲଟିଲା ସ୍କୁଲ୍‌ ବସ୍‌, ଶିକ୍ଷକ ମୃତ

ଭୁବନେଶ୍ବର: ଘାଟିରେ ଓଲଟିଲା ସ୍କୁଲ ବସ୍‌ । ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଘାଟିରେ ଏକ ସ୍କୁଲ ବସ୍ ଦୁର୍ଘଟଣା ହୋଇଛି । ଏହି ଦୁର୍ଘଟଣାରେ ୨୦ରୁ ଅଧିକ ଛାତ୍ରଛାତ୍ରୀ ଆହତ ହୋଇଥିବା ବେଳେ ଖେଳ ଶିକ୍ଷକଙ୍କର ମୃତ୍ୟୁ ହୋଇଛି । ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ଅନୁଯାୟୀ, ଜିଲ୍ଲା ସ୍ତରୀୟ କ୍ରୀଡା ପ୍ରତିଯୋଗିତାରେ ଭାଗ ନେବାକୁ ଆସୁଥିଲେ ଛାତ୍ରଛାତ୍ରୀ । ଏହି ସମୟରେ ଚନ୍ଦାହାଣ୍ଡି ଘାଟିରେ ଭାରସାମ୍ୟ ହରାଇ ବସ୍‌ଟି ଦୁର୍ଘଟଣାର ଶିକାର ହୋଇଥିଲା । ଏପିରିକି ଘାଟିରେ ତଳକୁ ମଧ୍ୟ ବସ୍‌ଟି ଓଲଟି ପଡିଥିଲା । ଶେଷର ଏହି ଦୁର୍ଘଟଣାରେ ୨୦ରୁ ଅଧିକ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ଏହାସହ ଖେଳ ଶିକ୍ଷକଙ୍କ ମଧ୍ୟ ମୃତ୍ୟୁ ହୋଇଛି । ମୃତ କ୍ରୀଡା ଶିକ୍ଷକଙ୍କ ନାମ ପ୍ରଭାତ ଜେନା ବୋଲି ଜଣାପଡିଛି ।ସେପଟ ଆହତ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରି ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

Related Articles

Leave a Reply

Your email address will not be published.

Back to top button