ଦମ୍ପତିଙ୍କୁ ବିଭତ୍ସ ହତ୍ୟା

ଭୁବନେଶ୍ବର: ଘରେ ପଶି ଯୁବକଙ୍କୁ ବିଭତ୍ସ ହତ୍ୟା । ଯୁବକଙ୍କୁ ହତ୍ୟା କରିବା ପରେ ତାଙ୍କ ସ୍ତ୍ରୀକୁ ବି ଛାଡିଲେନି ଦୁର୍ବୃତ୍ତ।  ଗଜପତି ଜିଲ୍ଲା ଅଡବା ଥାନା ଘୋଡ଼ାପଙ୍କା ଗାଁରେ ଏଭଳି ଘଟଣା ଘଟିଛି।  ସୋମବାର ରାତି ପ୍ରାୟ ୭ଟା ବେଳେ ଏହି ହତ୍ୟାକାଣ୍ଡ ଘଟିଛି। ମୃତକ ହେଲେ ସେହି ଗାଁର କପିଳେନ୍ଦ୍ର ମଲ୍ଲିକ ଓ ତାଙ୍କ ସ୍ତ୍ରୀ ଶଶିତକ୍ଷ ମଲିକ। ସୂଚନାନୁଯାୟୀ, ୨ ଜଣ ଦୁର୍ବୃତ୍ତ ଘରେ ପଶି ମାରଣାସ୍ତ୍ରରେ ଆକ୍ରମଣ କରି କପିଳେନ୍ଦ୍ରକୁ ହତ୍ୟା କରିବା ପରେ ଗାଁ ରାସ୍ତାରେ ତାଙ୍କ ସ୍ତ୍ରୀ ଶଶିତକ୍ଷଙ୍କୁ ମଧ୍ୟ ଅତି ବିଭତ୍ସ ଭାବେ ହତ୍ୟା କରିଛନ୍ତି। ଏନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି। ପୂର୍ବ ଶତ୍ରୁତାରୁ ଦମ୍ପତିଙ୍କୁ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି। ଖବର ପାଇ ଗତ ବିଳମ୍ବିତ ରାତିରେ ଅଡବା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

ଗତ ଫେବୃଆରୀ ମାସରେ ମଧ୍ୟ କପିଳେନ୍ଦ୍ରଙ୍କୁ ହତ୍ୟା ଉଦ୍ୟମ ହୋଇଥିଲା। ସେ ବାଇକ୍ ଯୋଗେ ଗାଁକୁ ଆସୁଥିବା ବେଳେ ତାଙ୍କୁ କେହି ପଛପଟୁ ଗୁଳିମାଡ଼ କରିଥିଲା। ସେତେବେଳେ ସେ ଗୁରୁତର ହୋଇ ଯାଇଥିଲେ। ତେବେ ଚିକିତ୍ସା ପରେ ସୁସ୍ଥ ହୋଇଥିଲେ। ସେତେବେଳେ ତାଙ୍କୁ ଗୁଣି ସନ୍ଦେହରେ ଆକ୍ରମଣ କରାଯାଇଥିବା ନେଇ କପିଳେନ୍ଦ୍ର ଥାନାରେ ଅଭିଯୋଗ କରିଥିଲେ । ସେହି ମାମଲାର ତଦନ୍ତ ଚାଲିଥିବା ବେଳେ ସୋମବାର ରାତିରେ ସଂଘବଦ୍ଧ ଆକ୍ରମଣ କରି ସ୍ୱାମୀ ସ୍ତ୍ରୀଙ୍କୁ ହତ୍ୟା କରାଯାଇଛି।

Related Articles

Leave a Reply

Your email address will not be published.

Back to top button