୨୮ରେ ସରକାରୀ ଛୁଟି ଘୋଷଣା

ଭୁବନେଶ୍ଵର: ରାଜ୍ୟ ସରକାର ପବିତ୍ର ଇଦ୍-ଉଲ୍-ଜୁହା ନିମନ୍ତେ ଜୁନ୍ ୨୯ ତାରିଖ ପରିବର୍ତ୍ତେ ୨୮ ତାରିଖ (ଗୁରୁବାର) ଦିନ ସରକାରୀ ଛୁଟି ଦିବସ ଭାବରେ ଘୋଷଣା କରିଛନ୍ତି । ଏହି ଦିନ ରାଜ୍ୟର ସମସ୍ତ ସରକାରୀ କାର୍ୟ୍ୟାଳୟ, ରାଜସ୍ୱ ଓ ମାଜିଷ୍ଟ୍ରେଟ କୋର୍ଟ, ବ୍ୟାଙ୍କ ଆଦି ବନ୍ଦ ରହିବ ।

ରାଜସ୍ୱ ଓ ବିପର୍ୟ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଆସନ୍ତା ୨୯ ତାରିଖ ପରିବର୍ତ୍ତେ ୨୮ ତାରିଖରେ ପବିତ୍ର ଇଦ୍ ଉଲ ଜୁହା ପାଇଁ ସମସ୍ତ ସରକାରୀ କାର୍ୟ୍ୟାଳୟ, ରାଜସ୍ୱ ଓ ମାଜିଷ୍ଟ୍ରେଟ୍ କୋର୍ଟ ଛୁଟି ରହିବ । ଏହାସହିତ ରାଜ୍ୟରେ ଥିବା ସମସ୍ତ ବ୍ୟାଙ୍କ ଓ ଅନ୍ୟାନ୍ୟ ବ୍ୟାଙ୍କିଙ୍ଗ ଅନୁଷ୍ଠାନ ମଧ୍ୟ ଜୁନ୍ ୨୮ ତାରିଖରେ ଇଦ୍ ଉଲ ଜୁହା ପାଇଁ ଛୁଟି ରହିବ। ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି ।

Related Articles

Leave a Reply

Your email address will not be published.

Back to top button