କାଶ୍ମୀରରେ ପାଳନ ହେଲା ଗଣେଶ ପୂଜା, ୧୯୮୯ ପରେ ପ୍ରଥମ ଥର ପାଇଁ ଝେଲମ ନଦୀରେ ହେଲା ମୂର୍ତ୍ତି ବିସର୍ଜନ

ଶ୍ରୀନଗର: ଗଣେଶ ଚତୁର୍ଥୀ ଉତ୍ସବ ମଙ୍ଗଳବାର ଦିନ କାଶ୍ମୀରରେ ମହାଧୂମଧାମରେ ପାଳନ କରାଯାଇଛି ଏବଂ ଉପତ୍ୟକାରେ ଆତଙ୍କବାଦ ବିସ୍ତାର ହେବା ପରେ ପ୍ରଥମ ଥର ପାଇଁ ପ୍ରଭୁଙ୍କ ମୂର୍ତ୍ତି ଝୋଲମ୍ ନଦୀରେ ବିସର୍ଜନ କରାଯାଇଛି। ସହରର ହବା କଦଲ ଅଞ୍ଚଳରେ ଅବସ୍ଥିତ ଗଣପତି ମନ୍ଦିରରେ ସବୁଠୁ ବଡ଼ ଉତ୍ସବ ଏବଂ ପୂଜା ଆୟୋଜିତ ହୋଇଥିଲା। କାଶ୍ମୀରୀ ପଣ୍ଡିତ ନେତା ସଞ୍ଜୟ ଟିକ୍କୁ କହିଛନ୍ତି ଯେ, ଭଗବାନ ଗଣେଶଙ୍କ ଜନ୍ମଦିନରେ ମନ୍ଦିରରେ ଯଜ୍ଞ ସହ ସ୍ୱତନ୍ତ୍ର ପୂଜା କରାଯାଇଥିଲା। ଶ୍ରୀ ଟିକ୍କୁ କହିଛନ୍ତି ଯେ, “ଆଜି ବିନାୟକ ଚତୁର୍ଥୀ କାଶ୍ମୀରରେ ସେହିପରି ପାଳନ କରାଯାଇଥିଲା, ଯେପରି ମହାରାଷ୍ଟ୍ର ତଥା ଦେଶର ଅନ୍ୟାନ୍ୟ ସ୍ଥାନରେ ପାଳନ କରାଯାଉଛି। ଏହି ଦିନ, ଆମେ ଏହି ସିଦ୍ଧବିନାୟକ ମନ୍ଦିରରେ ଏକ ଯଜ୍ଞ କରିଥିଲୁ, ଯାହା ପ୍ରାୟ ୧୨-୧୪ ଘଣ୍ଟା ପର୍ଯ୍ୟନ୍ତ ଚାଲିଥିଲା। ସ୍ଥାନୀୟ ଲୋକକହିଛନ୍ତି ଯେ, ଭଗବାନ ଗଣେଶଙ୍କ ପରିବେଶ ଅନୁକୂଳ ମୂର୍ତ୍ତି ସନ୍ଧ୍ୟାରେ ଝେଲମ୍ ନଦୀରେ ବିସର୍ଜନ କରା ଯାଇଥିଲେ। ୧୯୮୯ ରେ ଉପତ୍ୟକାରେ ଆତଙ୍କବାଦ ବିସ୍ତାର ପରେ ଏହା ପ୍ରଥମ ଥର ପାଇଁ କରାଯାଇଥିଲା। ଏହି ପ୍ରତିମୂର୍ତ୍ତିକୁ ବିସର୍ଜନ ପାଇଁ ବହୁ ଭକ୍ତଙ୍କ ସହିତ ମହାଧୂମଧାମରେ ଶୋଭାଯାତ୍ରା କରାଯାଇଥିଲା।

Related Articles

Leave a Reply

Your email address will not be published.

Back to top button