ଭୂମିକମ୍ପ ପରେ ସଙ୍କଟ: ମରୋକ୍କୋରେ ବଳାତ୍କାର, ଜବରଦସ୍ତ ବିବାହ

ରାବାତ : ମରୋକ୍କୋରେ ହୋଇଥିବା ଭୟଙ୍କର ଭୂକମ୍ପ ପରେ ମହିଳା ଅଧିକାର କର୍ମୀ ତଥା ସଂଗଠନମାନେ ସଜାଗ ରହିଛନ୍ତି। ଏହାର କାରଣ ହେଉଛି ମହିଳା ଏବଂ ଝିଇମାନଙ୍କ ବିଷୟରେ ଅନଲାଇନ ପୋଷ୍ଟ। ବାସ୍ତବରେ, ମରୋକ୍କୋର ଆଟଲାସ ପର୍ବତ ନିକଟରେ ସେପ୍ଟେମ୍ବର ୮ ରେ ଘଟିଥିବା ୮.୯ ମ୍ୟାଗ୍ନିଚ୍ୟୁଡର ଭୂକମ୍ପ ପରେ ପରିସ୍ଥିତି ସଙ୍କଟ ଜନକ ହୋଇପଡିଛି। ବିଶେଷ କରି ନାବାଳିକାମାନଙ୍କ ପାଇଁ ସ୍ଥିତି ଖରାପ ହେବାରେ ଲାଗିଛି। ଭୂକମ୍ପ ଯୋଗୁ ନିଜ ପ୍ରିୟ ପରିଜନଙ୍କୁ ହରାଇଥିବା ଲୋକଙ୍କ ଆଖିରୁ ଲୁହ ଶୁଖି ନ ଥିବା ବେଳେ ଏବେ ବଳାତ୍କାର, ଜବରଦସ୍ତ ବିବାହ ମାମଲାରେ ବୃଦ୍ଧି ଘଟିବାରେ ଲାଗିଛି। ଭୂକମ୍ପ ମହିଳା ଏବଂ ବାଳିକାମାନଙ୍କ ପାଇଁ ଆହୁରି ବଡ ବିନାଶ ଆଣିଛି। ଶକ୍ତିଶାଳୀ ଭୂକମ୍ପ ପରେ ପୁରୁଷମାନେ ଅନଲାଇନରେ ମହିଳା ଏବଂ ବାଳିକାମାନଙ୍କୁ ଶୋଷଣ ତଥା ବିବାହ କରିବାକୁ ଚାହୁଁଥିବା ପୋଷ୍ଟଗୁଡିକ ଶେୟାର କରାଯାଉଛି। ସୋସିଆଲ ମିଡିଆରେ ଏହି ପୋଷ୍ଟଗୁଡିକ ଦେଖି ମହିଳା ଅଧିକାର କର୍ମୀ ଏବଂ ସଂଗଠନମାନେ ସଜାଗ ରହିଛନ୍ତି। ଫେସବୁକରେ ‘ସିଟି ଗର୍ଲ’ ନାମକ ଏକ ପେଜରେ ବିଭିନ୍ନ ପ୍ରକାରର ପୋଷ୍ଟ ଶେୟାର କରାଯାଇଛି। ଝିଅମାନଙ୍କୁ ବିବାହ କର ଯେଉଁମାନେ ତୁମଠାରୁ କିଛି ଚାହାଁନ୍ତି ନାହିଁ । ପୁରୁଷମାନେ ଝିଅମାନଙ୍କୁ ବିବାହ କରିବାକୁ ଚାହୁଁଛନ୍ତି। ସେମାନଙ୍କ ମଧ୍ୟରୁ କେତେକ ଏହାକୁ ଧର୍ମ ଆଧାରରେ ନ୍ୟାୟ ବୋଲି କହୁଛନ୍ତି। ସେମାନେ କହୁଛନ୍ତି ନାବାଳିକମାନେ ଛୋଟ ହୋଇଥିଲେ ମଧ୍ୟ ଆମେ ତାଙ୍କୁ ବିବାହ କରି ସେମାନଙ୍କୁ ଉଦ୍ଧାର କରିବୁ ।

Related Articles

Leave a Reply

Your email address will not be published.

Back to top button