ଶ୍ରୀମନ୍ଦିରରେ ଠାକୁରଙ୍କ ମହାସ୍ନାନ

ପୁରୀ: ତୁଟିଲା ନୀତି ବିଭ୍ରାଟ । ଶ୍ରୀମନ୍ଦିରରେ ଆରମ୍ଭ ହେଲା ମହାପ୍ରଭୁଙ୍କ ନୀତିକାନ୍ତି । ଠାକୁରଙ୍କୁ ବଡ଼ ମହାସ୍ନାନ କରାଇବା ସହ ସେବାୟତମାନେ କରାଇଲେ ନୀତିକାନ୍ତି । ଦୀର୍ଘ ୬ ଘଣ୍ଟା ଧରି ସେବାୟତ ଓ ଶ୍ରୀମନ୍ଦିର ପ୍ରଶାସନ ମଧ୍ୟରେ ଆଲୋଚନା ପରେ ଆରମ୍ଭ ହେଲା ନୀତିକାନ୍ତି । ପୁରୀ ଶ୍ରୀମନ୍ଦିରରେ ନୀତି ବିଭ୍ରାଟ ଦେଖାଦେଇଥିଲା । ମହାପ୍ରଭୁଙ୍କ ନୀତିରେ ବିଭ୍ରାଟ କରିଥିଲେ ସେବାୟତ । ସେବାରୁ ନିବୃତ୍ତ ଥିବା ଜଣେ ସିଂହାରୀ ସେବାୟତ ମହାପ୍ରଭୁଙ୍କ ମଙ୍ଗଳଆଳତୀ କରିବାରୁ ଏହାକୁ ନେଇ ଦେଖାଦେଇଥିଲା ବିବାଦ । ମହାପ୍ରଭୁଙ୍କୁ ବଡ଼ ମହାସ୍ନାନ କରାଗଲା ପରେ ଯାଇ ନୀତି ବଢ଼ିବ ବୋଲି ଅନ୍ୟ ସେବାୟତଙ୍କ ଜିଦ୍ ଧରିଥିଲେ । ନୀତିକାନ୍ତିରେ ଶୃଙ୍ଖଳା ଆଣିବା ପାଇଁ ଶ୍ରୀମନ୍ଦିରରେ ସେବାୟତଙ୍କ ସହ ନୀତି ପ୍ରଶାସକ ଆଲୋଚନା କରିଥିଲେ
ସୂଚନାଯୋଗ୍ୟ ଯେ, ନିଲମ୍ବିତ ସିଂହାରୀ ସେବାୟତଙ୍କୁ ନେଇ ଶ୍ରୀମନ୍ଦିରରେ ଦେଖାଦେଇଥିଲା ବିବାଦ । ଅନ୍ୟଜାତିରେ ବିବାହ କରିଥିବାରୁ ମହାପ୍ରଭୁଙ୍କ ସେବା ପୂଜାରୁ ସିଂହାରୀ ସେବାୟତ ସଂଘମିଶ୍ର ସିଂହାରୀଙ୍କୁ ବଞ୍ଚିତ କରାଯାଇଥିଲା । ଯାହା ପାଇଁ ନିଯୋଗ ପକ୍ଷରୁ ତାଙ୍କୁ ନିଲମ୍ବିତ କରାଯାଇଥିଲା । ହେଲେ ଶୁକ୍ରବାର ସକାଳୁ ସକାଳୁ ନିଲମ୍ବିତ ସିଂହାରୀ ସେବାୟତ ଯାଇ ମହାପ୍ରଭୁଙ୍କ ସେବା ପୂଜା କରିଥିଲେ ।
ଯାହାକୁ ବିରୋଧ କରିଥିଲେ ଅନ୍ୟ ସେବାୟତ । ଯାହାକୁ ନେଇ ଏବେ ମହାପ୍ରଭୁଙ୍କ ନୀତିରେ ଦେଖାଦେଇଛି ବିଳମ୍ବ । ଅନ୍ୟ ସେବାୟତ ସେବା ପୂଜା କରିବାକୁ ବାରଣ କରିଛନ୍ତି । ଏନେଇ ନୀତି ପ୍ରଶାସକ ସେବାୟତଙ୍କ ସହ ଆଲୋଚନା କରିଛନ୍ତି । ସକାଳୁ ସକାଳୁ ମହାପ୍ରଭୁଙ୍କ ଦ୍ୱାର ଫିଟା, ଭିତର ଶୋଧ, ମଙ୍ଗଳ ଆଳତି, ରୋଷହୋମ, ମଇଲମ ନୀତି ହୋଇଛି । ଏହା ପରଠାରୁ ନୀତିକାନ୍ତିରେ ଦେଖାଦେଇଥିଲା ବିଭ୍ରାଟ ।