ଏସପି ନେତା ଆଜମ ଖାନଙ୍କ ଘରେ ଆୟକର ବିଭାଗ: ୬ ଟି ସ୍ଥାନରେ ଜାରି ରଖିଛି ଚଢାଉ

ନୂଆଦିଲ୍ଲୀ: ଆୟକର ବିଭାଗ ଆଜି ଉତ୍ତରପ୍ରଦେଶର ସମାଜବାଦୀ ପାର୍ଟି ନେତା ତଥା ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ଆଜମ ଖାନଙ୍କ ଘରେ ଚଢାଉ କରିଛି। କୁହାଯାଇଥିଲା ଯେ, ଏହି ଚଢାଉ ଅଲ ଜୋହର ଟ୍ରଷ୍ଟକୁ ନେଇ ହୋଇଛି। ଆୟକର ବିଭାଗ ରାମପୁର, ଲକ୍ଷ୍ନୌ, ସହାରନପୁର, ଗାଜିଆବାଦ, ସାହାରନପୁରରେ ଚଢାଉ କରିଛି।

ସୂଚନାନୁସାରେ, ଚଢାଉ ସମୟରେ ଏସପି ନେତା ଆଜାମ ଖାନ ତାଙ୍କ ରାମପୁର ବାସଭବନରେ ଥିଲେ। ଏପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁଯାୟୀ ଆଜାମ ଖାନଙ୍କ ମହମ୍ମଦ ଅଲି ଜୋହର ବିଶ୍ୱବିଦ୍ୟାଳୟର ଟ୍ରଷ୍ଟ ଆକାଉଣ୍ଟ ଯାଞ୍ଚ କରାଯାଉଛି। ବାସ୍ତବରେ ଆୟକର ବିଭାଗ ଦଳ ଆଜି ସକାଳ ପ୍ରାୟ ୭ ଟାରୁ ରାମପୁରର ସମାଜବାଦୀ ପାର୍ଟି ନେତା ମହମ୍ମଦ ଆଜାମ ଖାନଙ୍କ ବାସଭବନରେ ଚଢାଉ କରୁଛନ୍ତି। ଆୟକର ବିଭାଗର ଏକ ଡଜନ ଯାନ ଆଜମ ଖାନଙ୍କ ଘର ବାହାରେ ଦେଖିବାକୁ ମିଳୁଛି।

କୁହାଯାଉଛି ଯେ ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟର ନିର୍ଦ୍ଦେଶ କ୍ରମେ ରାମପୁରର ପୂର୍ବତନ ମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ନେତା ଆଜମ ଖାନଙ୍କ ବାସଭବନରେ ଆୟକର ବିଭାଗ ଦଳ ଏହି ଚଢାଉ କରୁଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଆୟକର ବିଭାଗ ଏସପି ବିଧାୟକ ଏବଂ ଆଜାମ ଖାନଙ୍କ ଘନିଷ୍ଠ ବିବେଚିତ ନାସିର ଖାନଙ୍କ ଘରେ ମଧ୍ୟ ଚଢାଉ କରୁଛି। ନାସିର ଖାନ ଚମରୌଆର ଏସପି ବିଧାୟକ ଏବଂ ଆଜାମ ଖାନଙ୍କ ଜବାହର ଟ୍ରଷ୍ଟର ଜଣେ ଅଧିକାରୀ।

Related Articles

Leave a Reply

Your email address will not be published.

Back to top button