୪୫ ବୀମା ମେଡିକାଲ ଅଫିସରଙ୍କୁ ନିଯୁକ୍ତି ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ରାଜ୍ୟ ସରକାରଙ୍କ ନିଯୁକ୍ତି ପର୍ବରେ ଇଏସଆଇ ହସ୍ପିଟାଲରେ ନିଯୁକ୍ତି ପାଇଲେ ୪୫ ଜଣ ବୀମା ମେଡିକାଲ ଅଫିସର । ଲୋକସେବା ଭବନରେ ଆଜି ଆୟୋଜିତ ନିଯୁକ୍ତି ପର୍ବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ନବନିଯୁକ୍ତ ବୀମା ମେଡିକାଲ ଅଫିସରଙ୍କୁ ଦିଗଦର୍ଶନ ଦେଇଛନ୍ତି । ରାଜ୍ୟରେ ସ୍ବାସ୍ଥ୍ୟ ବ୍ୟବସ୍ଥାରେ ଉତ୍ତମ ମାନର ସେବା ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଏହାଦ୍ବାରା ରାଜ୍ୟ ସରକାରଙ୍କ ସୁସ୍ଥ ଓଡ଼ିଶା ସୁଖି ଓଡ଼ିଶା ଲକ୍ଷ୍ୟ ପୂରଣ ହୋଇପାରିବ । ସବୁ ଜୀବନ ମୁଲ୍ୟବାନ । କେହି ବି ଯେମିତି ଉତ୍ତମ ଚିକିତ୍ସାରୁ ବଞ୍ଚିତ ନହୁଅନ୍ତି ସେଥିପ୍ରତି ଦୃଷ୍ଟି ଦିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଇଏସଆଇ ହସ୍ପିଟାଲ ଏବେ ୮ ଲକ୍ଷ ଲୋକଙ୍କ ଚିକିତ୍ସା ଭାର ବହନ କରୁଛି । ମେଡିକାଲରେ କ୍ୟାରିୟର କରିବା ଏକ ମହାନ ପେଷା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଇଏସଆଇ ମେଡିକାଲ ଅଫିସରମାନଙ୍କୁ ଡିଏସିପି ଓ ଡିଏନବି ସୁବିଧା ମଧ୍ୟ ମିଳିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଶ୍ରମ ଓ ଇଏସଆଇ ବିଭାଗ ଅଧିନରେ ଏବେ ୪୫ଟି ହସ୍ପିଟାଲ ଓ ୧୨ଟି ଡିସେପନସରି କାମ କରୁଛି ।

Related Articles

Leave a Reply

Your email address will not be published.

Back to top button