ଯୁକ୍ତ୩ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ସଂଶୋଧିତ ବିଜ୍ଞପ୍ତି

ଭୁବନେଶ୍ୱର: ୨୦୨୩-୨୪ ଶିକ୍ଷାବର୍ଷରେ ଯୁକ୍ତ୩ ପ୍ରଥମ ପର୍ଯ୍ୟାୟରେ ନାମଲେଖାଇଥିଲେ ବି ଦ୍ୱିତୀୟ ପର୍ଯ୍ୟାୟରେ ନାମଲେଖା ପାଇଁ ଆବେଦନ କରିପାରିବେ। ଛାତ୍ରୀଛାତ୍ରଙ୍କଠାରୁ ଅଭିଯୋଗ ପାଇବା ପରେ ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସଂଶୋଧିତ ବିଜ୍ଞପ୍ତି ପ୍ରକାଶ ପାଇଛି। ଆବେଦନ ପ୍ରକ୍ରିୟା ୪ ତାରିଖରୁ ଆରମ୍ଭ ହୋଇଥିବାବେଳେ ଏହା ୧୬ ତାରିଖ ରାତି ୧୧ଟା ୪୫ରେ ଶେଷ ହେବ। ସୂଚନାଯୋଗ୍ୟ, ଯୁକ୍ତ୩ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ପୂର୍ବରୁ ଆବେଦନ ଶେଷ ତାରିଖ ୧୩ ଥିବାବେଳେ ଏବେ ତାହା ୧୬କୁ ଘୁଞ୍ଚାଇ ଦିଆଯାଇଛି। ୨୬ ତାରିଖ ଅପରାହ୍ନ ୧୨ଟାରେ ମେଧା ତାଲିକା ପ୍ରକାଶ ପାଇବ। ମନୋନୀତ ଛାତ୍ରୀଛାତ୍ର ୨୭ତାରିଖ ସକାଳ ୯ଟାରୁ ୩୦ତାରିଖ ଅପରାହ୍ନ ୫ଟା ଭିତରେ(ଛୁଟିଦିନ ବ୍ୟତୀତ) ନାମଲେଖାଇବେ। ବଳକା ସିଟ୍‌ରେ ନାମଲେଖା ପାଇଁ ଅକ୍ଟୋବର ୬ ଅପରାହ୍ନ ୨ଟାରେ ପୁନର୍ବାର ମେଧା ତାଲିକା ପ୍ରକାଶ ପାଇବ। ଏଥିରେ ଚୟନ ହୋଇଥିବା ଛାତ୍ରୀଛାତ୍ର ୧୦ତାରିଖ ଦିନ ନାମଲେଖାଇବେ। ଏପଟେ ଅଗଷ୍ଟ ୨୧ରୁ ଯୁକ୍ତ୩ ପ୍ରଥମ ବର୍ଷ ପାଠପଢ଼ା ଆରମ୍ଭ ହୋଇଛି। କିନ୍ତୁ ପ୍ରଥମ ପର୍ଯ୍ୟାୟ ନାମଲେଖାରେ ସିଟ୍‌ ପୂରଣ ନ ହେବାରୁ ଉଚ୍ଚଶିକ୍ଷା ବିଭାଗ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ କରିଥିଲା। ରାଜ୍ୟର ମୋଟ ୧,୦୪୦ ଡିଗ୍ରୀ କଲେଜରେ ୨,୭୦,୧୬୩ ସିଟ୍‌ ରହିଛି। ସେଥିମଧ୍ୟରୁ ୧,୫୯,୦୫୫ଜଣ ନାମ ଲେଖାଇଥିବାବେଳେ ୧,୧୧,୧୦୮ ସିଟ୍‌ ଖାଲି ପଡ଼ିଛି।

Related Articles

Leave a Reply

Your email address will not be published.

Back to top button