ବିବାଦରେ ଜିଲ୍ଲାପାଳ: ପିନ୍ଧିଲେ ନବୀନଙ୍କ ଫଟୋ ଥିବା ସାର୍ଟ

ଭୁବନେଶ୍ବର: ପୁଣି ବିବାଦରେ ଫସିଲେ ମୟୁରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ। ଏକ କାର୍ୟ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଫଟୋ ଥିବା ଟି-ସାର୍ଟ ପିନ୍ଧି ଏବେ ବିବାଦକୁ ଆସିଯାଇଛନ୍ତି ।  ଏହାକୁ ନେଇ ଭୁବନେଶ୍ୱର ସାଂସଦ ତଥା ପୂର୍ବତନ ପ୍ରଶାସିକା ଅପରାଜିତା ଷଡ଼ଙ୍ଗୀ ଟ୍ୱିଟ କରି କହିଛନ୍ତି ଯେ ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ କଥା।  ଏହି ଅଧିକାରୀ ଜଣକ ମନେ ରଖିବା କଥା ଯେ ସବୁ ଦିନ ଋତୁ ସମାନ ରହିବ ନାହିଁ । ଅର୍ଥାତ ଅପରାଜିତା କଟାକ୍ଷ କରି କହିଛନ୍ତି ଯେ ଦିନେ ନା ଦିନେ ଋତୁ ବଦଳିବ।  ଆଉ ସେତେବେଳେ କଣ ହେବ । ତେବେ ଜିଲ୍ଲାପାଳଙ୍କୁ ନେଇ ଏହି ବିବାଦ କିଛି ନୂଆ କଥା ନୁହେଁ । ଭାରତୀୟ ପ୍ରଶାସନିକ ‌ସେବା (ଆଇଏଏସ୍‌)ର ଏହି ଅଧିକାରୀ ଜଣକ ଦୀର୍ଘ ସାଢ଼େ ୫ ବର୍ଷ ହେଲା ନିଜ ଚୌକିରେ ଅଛନ୍ତି। କୌଣସି ଜିଲ୍ଲାରେ ଏକାଦିକ୍ରମେ ଏତେ ବର୍ଷ ରହିବା ସର୍ବଭାରତୀୟ ସର୍ଭିସ ରୁଲ୍‌ର ଖୋଲା ଉଲ୍ଲଂଘନ। ତଥାପି ସେ ସରକାରଙ୍କ ଗେହ୍ଲା ପୁଅ। ତାଙ୍କ ବ୍ୟାଚ୍‌ର ଆଇଏଏସ୍‌ ଭିନ୍ନ ଭିନ୍ନ ଜିଲ୍ଲାକୁ ଦୁଇ ତିନିଥର ବଦଳି ହୋଇ ସାରିଲେଣି। ହେଲେ କ୍ଷମତା କେନ୍ଦ୍ରର ଆଶୀର୍ବାଦ ଯୋଗୁଁ ଗୋଟିଏ ଜାଗାରେ ଅଛନ୍ତି ୨୦୧୨ ବ୍ୟାଚ୍‌ର ଏହି ଆଇଏଏସ୍ ଅଧିକାରୀ।ଏମିତି ନୁ​ହେଁ ଯେ, ତାଙ୍କ ବିରୋଧରେ କିଛି ଆପତ୍ତି ଅଭିଯୋଗ ଆସିନି। ଅତୀତରେ ଭଞ୍ଜସେନା ଓ ବିଭିନ୍ନ ସଂଗଠନ ପକ୍ଷରୁ ତାଙ୍କ ବଦଳି ଦାବିରେ ବିକ୍ଷୋଭ ମଧ୍ୟ ହୋଇଛି।

Related Articles

Leave a Reply

Your email address will not be published.

Back to top button