ରାଜଘାଟରେ ବାପୁଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଲେ ବିଶ୍ୱନେତା

ନୂଆଦିଲ୍ଲୀ: ଜି-୨୦ ସମ୍ମିଳନୀର ଆଜି ଦ୍ୱିତୀୟ ତଥା ଶେଷ ଦିନ । ରାଜଘାଟରେ ବିଭିନ୍ନ ରାଷ୍ଟ୍ର ମୁଖ୍ୟ ଓ ଅନ୍ୟ ନେତା ପହଞ୍ଚିଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଏହା ପରେ ଭାରତ ମଣ୍ଡପମରେ ପହଞ୍ଚିବେ । ସେଠାରେ ବୃକ୍ଷରୋପଣ କାର୍ୟ୍ୟକ୍ରମ ରହିଛି । ଏହା ପରେ ଦ୍ୱିତୀୟ ଦିନର ଅଧିବେଶନ ଆରମ୍ଭ ହେବ । ୱାନ୍ ଫ୍ୟୁଚର ଉପରେ ଆଜିର ଅଧିବେଶନରେ ଆଲୋଚନା ହେବ । ଏହା ସହ ଫ୍ରାନ୍ସ ରାଷ୍ଟ୍ରପତିଙ୍କ ଦ୍ୱିପାକ୍ଷିକ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେହିପରି ବ୍ରାଜିଲ ଓ ନାଇଜେରିଆ ରାଷ୍ଟ୍ରପତିଙ୍କ ସହ ମୋଦୀ ଦ୍ୱିପାକ୍ଷିକ ଆଲୋଚନା କରିବେ । ପରବର୍ତ୍ତୀ ଜି-୨୦ ବୈଠକରେ ବ୍ରାଜିଲରେ ହେବ । ଆଜି ପ୍ରଧାନମନ୍ତ୍ରୀ ମୋଦୀ ବ୍ରାଜିଲକୁ ଜି-୨୦ ସଭାପତିତ୍ୱ ହସ୍ତାନ୍ତର କରିବେ । ସେହିପରି ୟୁଏଇ, ଦକ୍ଷିଣ କୋରିଆ ଓ ତୁର୍କୀ ସହ ମଧ୍ୟ ଦ୍ୱିପାକ୍ଷିକ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

Related Articles

Leave a Reply

Your email address will not be published.

Back to top button