ରାଜ୍ୟସ୍ତରୀୟ କୃଷି ମହାକୁମ୍ଭ ‘କୃଷି ଓଡ଼ିଶା-୨୦୨୧’

ଭୁବନେଶ୍ୱର: ରାଜ୍ୟସ୍ତରୀୟ କୃଷି ସମ୍ମିଳନୀ ‘କୃଷି ଓଡ଼ିଶା-୨୦୨୧’ | ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ |

ଭୁବନେଶ୍ୱରରେ ଆରମ୍ଭ ହୋଇଛି ୫ ଦିନିଆ ରାଜ୍ୟସ୍ତରୀୟ କୃଷି ସମ୍ମିଳନୀ ‘କୃଷି ଓଡ଼ିଶା-୨୦୨୧’ | ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏବଂ ଫିକି ଆନୁକୂଲ୍ୟରେ ବରମୁଣ୍ଡାସ୍ଥିତ ବିଜୁ ପଟ୍ଟନାୟକ ଖେଳ ପଡ଼ିଆରେ ଆୟୋଜିତ ଏହି ମେଗା କୃଷି ପ୍ରଦର୍ଶନୀ ମାର୍ଚ୍ଚ ୧୫ରୁ ୧୯ ଯାଏଁ ଚାଲିବ | ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ଉଦଘାଟନୀ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସେ ସବୁବେଳେ ଚାଷୀଙ୍କ ସହ ରହିଛନ୍ତି ଓ ରହିଥିବେ ମଧ୍ୟ | ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୦ ହଜାର କୋଟି ଟଙ୍କାର ଋଣ ଚାଷୀଙ୍କୁ ଦିଆଯାଇଛି |

ଏହି କାର୍ଯ୍ୟକ୍ରମରେ ୧୦ଟି ବିଷୟବସ୍ତୁକୁ ନେଇ କର୍ମଶାଳା ଆୟୋଜନ କରାଯିବ | ଚାଷୀ, କୃଷି ଉଦ୍ୟୋଗୀ ଏବଂ କୃଷି ବିଜ୍ଞାନୀମାନଙ୍କୁ ନେଇ ଆଲୋଚନାଚକ୍ର ଅନୁଷ୍ଠିତ ହେବ | କୃଷି ଓଡ଼ିଶାରେ ଏଥର ୧୬୦ଟି ମଣ୍ଡପରେ କୃଷି, ଉଦ୍ୟାନ କୃଷି, ମୃତ୍ତିକା ସଂରକ୍ଷଣ, ଜଳଛାୟା ମିଶନ, ପ୍ରାଣୀ ଓ ମତ୍ସ୍ୟ ସମ୍ପଦ ଆଦି ବିଭାଗ ପକ୍ଷରୁ ପ୍ରଦର୍ଶନୀ କରାଯାଉଛି | ଏଥର କୃଷି ଓଡ଼ିଶାରେ ମିଲେଟ୍ ମିଶନ୍ ଏବଂ ମିଶନ ଶକ୍ତି ପକ୍ଷରୁ ସ୍ୱତନ୍ତ୍ର ପ୍ରଦର୍ଶନୀ କରାଯାଉଛି |

ଏହି ଉଦଘାଟନୀ ଉତ୍ସବରେ ବିଭିନ୍ନ ଜିଲ୍ଲାରୁ ଆସିଥିବା ସଫଳ ଚାଷୀଙ୍କୁ ପୁରସ୍କୃତ କରାଯାଇଥିଲା | ମାନପତ୍ର, ଟ୍ରଫି, ଉତ୍ତରୀୟ ସହ ୧୦ ହଜାର ଟଙ୍କାର ପୁରସ୍କାର ରାଶି ସଫଳ ଚାଷୀଙ୍କୁ ପ୍ରଦାନ କରାଗଲା | Agricultural Expo

‘ଓଡ଼ିଶାରେ ସଂକ୍ରମଣ ବଢିବା ସମ୍ଭାବନା ରହିଛି’

Related Articles

Leave a Reply

Your email address will not be published.

Back to top button