ଜି -୨୦ ଶିଖର ସମ୍ମିଳନୀରେ ଯୋଗ ଦେବେନି ଋଷ ଏବଂ ଚୀନର ରାଷ୍ଟ୍ରପତି

ନୂଆଦିଲ୍ଲୀ: ଭାରତରେ ଅନୁଷ୍ଠିତ ହେବାକୁ ଥିବା ଜି -୨୦ ଶିଖର ସମ୍ମିଳନୀ ପାଇଁ ସମଗ୍ର ବିଶ୍ୱର ନେତାମାନେ ଦିଲ୍ଲୀ ଆସୁଛନ୍ତି। ଏସବୁ ମଧ୍ୟରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଏବଂ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏହି ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରୁନାହାଁନ୍ତି। ଏ ବାବଦରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି ଯେ, ଅନେକ ଥର ଏହା ଘଟେ ଯେ କେତେକ କାରଣରୁ ମୁଖ୍ୟ ଆସିପାରନ୍ତି ନାହିଁ, ତାଙ୍କ ସ୍ଥାନରେ ସେହି ଦେଶର ପ୍ରତିନିଧୀ ତାଙ୍କ ମତ ରଖନ୍ତି। ନ୍ୟୁଜ୍ ଏଜେନ୍ସି ANI କୁ ସୂଚନା ଦେଇ ସେ କହିଛନ୍ତି ଯେ, ମୁଁ ଭାବୁଛି ଜି -୨୦ ର ବିଭିନ୍ନ ସମୟରେ କିଛି ରାଷ୍ଟ୍ରପତି କିମ୍ବା ପ୍ରଧାନମନ୍ତ୍ରୀ ଅଛନ୍ତି ଯେଉଁମାନେ କୌଣସି କାରଣରୁ ନ ଆସିବାକୁ ନିଷ୍ପତ୍ତି ନେଇଛନ୍ତି। କିନ୍ତୁ ଏହି ଅବସରରେ ସେହି ଦେଶର ପ୍ରତିନିଧୀ ନିଜ ଦେଶର ମତ ରଖନ୍ତି। ମୁଁ ଭାବୁଛି ସମସ୍ତେ ବହୁତ ଗମ୍ଭୀରତାର ସହିତ ଆସୁଛନ୍ତି। ” ସେ ଆହୁରି ମଧ୍ୟ କହିଛନ୍ତି ଯେ, “ମୁଁ ଭାବୁଛି ଯେ କୌଣସି ଦେଶ ନିଜର ସ୍ଥିତିକୁ ବିଶ୍ୱ ସାମ୍ନାରେ ଉପସ୍ଥାପନ କରିବାକୁ ଚେଷ୍ଟା କରିବେ। ଆସନ୍ତୁ ଅପେକ୍ଷା କରିବା ଏବଂ ଆଲୋଚନାରେ ପ୍ରକୃତରେ କ’ଣ ଘଟିବ, ତାହା ଦେଖିବା। ”

Related Articles

Leave a Reply

Your email address will not be published.

Back to top button