ଖୁଦୁରୁକୁଣୀ ବ୍ରତ ଆରମ୍ଭ: ଭାଇଙ୍କ ଦୀର୍ଘାୟୁ କାମନା କଲା ଭଉଣୀ

ଭୁବନେଶ୍ବର: ଭାଇଙ୍କ ଦୀର୍ଘାୟୁ କାମନା ସହ ଉଜ୍ଜ୍ୱଳ ଭବିଷ୍ୟତ ନେଇ ଭଉଣୀମାନେ ରବିବାର ଖୁଦୁରୁକୁଣୀ ବ୍ରତ ଆରମ୍ଭ କରିଛନ୍ତି। ବ୍ରତର ଆଜି ପ୍ରଥମ ପାଳି ଥିବାରୁ ରୀତିନୀତି ସହକାରେ ଭଉଣୀମାନେ ଧୁମ୍‌ଧାମରେ ପୂଜାର୍ଚ୍ଚନା କରିଛନ୍ତି। ଭାଦ୍ରବ ମାସରେ ପଡୁଥିବା ପ୍ରତି ରବିବାର ଏହି ବ୍ରତ ପାଳନ କରିବାର ପରମ୍ପରା ରହିଛି। ଏହି ଅବସରରେ ପ୍ରତ୍ୟୁଷରୁ ଗ୍ରାମର ଯୁବତୀମାନେ ସ୍ଥାନୀୟ ଜଳାଶୟରେ ଏକତ୍ରିତ ହୋଇଥିଲେ। ସେଠାରେ ବାଲୁକାରେ ବିଭିନ୍ନ ନୈବେଦ୍ୟ ଅର୍ପଣ ପୂର୍ବକ ଭାଇଙ୍କ ଦୀର୍ଘଜୀବନ କାମନା କରି ବୁଡ଼ ପକାଇଥିଲେ। ପରେ ସମସ୍ତେ କୋଠି ଘରେ ଏକତ୍ରିତ ହୋଇଥିଲେ। ସେଠାରେ ମା’ମଙ୍ଗଳାଙ୍କ ଉଦ୍ଦେଶ୍ୟରେ ଭାଲୁକୁଣି ମୂର୍ତ୍ତି ଥାପନ କରି ପୂଜାର୍ଚ୍ଚନା କରାଯାଇଥିଲା। ସେହିପରି ସନ୍ଧ୍ୟାରେ ଅନୁରୂପ ଭାବେ ମା’ଙ୍କୁ ଆରାଧନା କରାଯାଇଥିଲା। ମା’ମଙ୍ଗଳାଙ୍କ ସ୍ତୁତି ସହିତ ହରିବୋଲ, ହୁଳହୁଳିରେ ଗାଁ ପରିବେଶ ମୁଖରିତ ହେବା ସହ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା।

Related Articles

Leave a Reply

Your email address will not be published.

Back to top button