ଅବୈଧ ବିବାହରୁ ଜନ୍ମିତ ପିଲା ପୈତୃକ ସମ୍ପତ୍ତିରୁ ଭାଗ ପାଇବେ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଅବୈଧ ବିବାହରୁ ଜନ୍ମିତ ପିଲା ତାଙ୍କ ମାଆବାପାଙ୍କ ସମ୍ପତ୍ତିରୁ ଭାଗ ପାଇବାକୁ ହକ୍‌ଦାର ବୋଲି ସୁପ୍ରିମକୋର୍ଟ ଶୁକ୍ରବାର କହିଛନ୍ତି। ଏଭଳି ବିବାହରୁ ଜନ୍ମିତ ପିଲା ବୈଧ ଓ ହିନ୍ଦୁ ଉତ୍ତରାଧିକାର ଆଇନ ଅନୁଯାୟୀ ସେମାନେ ପୈତୃକ ସମ୍ପତ୍ତିରେ ଅଧିକାର ଦାବି କରିପାରିବେ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି। ଏହା ଅଦାଲତଙ୍କ ପୂର୍ବ ରାୟକୁ ବଦଳାଇ ଦେଇଛନ୍ତି। ଅବୈଧ ବିବାହରୁ ହୋଇଥିବା ପିଲାଙ୍କର କେବଳ ସେମାନଙ୍କ ମାଆବାପାଙ୍କ ଦ୍ୱାରା ଅର୍ଜିତ ସମ୍ପତ୍ତିରେ ଅଧିକାର ରହିବ କିନ୍ତୁ ପୈତୃକ ସମ୍ପତ୍ତିରେ ନୁହେଁ ବୋଲି ସର୍ବୋଚ୍ଚ ଅଦାଲତ ପୂର୍ବ ରାୟରେ କହିଥିଲେ। ୨୦୧୧ରେ ଦୁଇ ଜଣିଆ ଖଣ୍ଡପୀଠର ଏହି ରାୟ ବିରୋଧରେ ହୋଇଥିବା ଆବେଦନକୁ ପ୍ରଧାନ ବିଚାରପତି (ସିଜେଆଇ) ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠ ଶୁଣାଣି କରିଥିଲେ। ହିନ୍ଦୁ ଆଇନ ଅନୁଯାୟୀ ବୈଧ ବିବାହରେ ପୁରୁଷ ଓ ମହିଳାଙ୍କୁ ସ୍ବାମୀ ସ୍ତ୍ରୀର ମାନ୍ୟତା ମିଳିଥାଏ, ଯାହା ଅବୈଧ ବିବାହରେ ମିଳେ ନାହିଁ।

Related Articles

Leave a Reply

Your email address will not be published.

Back to top button