ଓଡ଼ିଶାରେ ଚାଲିବ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍‌

ଭୁବନେଶ୍ୱର: ଖୁବଶୀଘ୍ର ଓଡ଼ିଶାରେ ଚାଲିବ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍‌ । ଯାହା ରାଉରକେଲାରୁ ପୁରୀ ପର୍ୟ୍ୟନ୍ତ ଚାଲିବ । ଏ ନେଇ ୮ଟି କୋଚ୍‌ ପୂର୍ବତଟ ରେଳପଥକୁ ମିଳିଛି । ଯାହା ଚେନ୍ନାଇସ୍ଥିତ ଇଣ୍ଟେଗ୍ରାଲ୍‌ କୋଚ୍‌ କାରଖାନାରେ  ତିଆରି କରାଯାଇଛି । ଏହି ବନ୍ଦେ ଭାରତ ରେକ୍‌  ଗୁରୁବାର ଅପରାହ୍ନ ୪ଟା ୪୫ରେ ଚେନ୍ନାଇ ରେଳ  ଡିଭିଜନ୍‌ରୁ ଖୋର୍ଦ୍ଧା ରେଳ ଡିଭିଜନ୍‌ ଅଭିମୁଖେ  ବାହାରିଥିବା ସୂଚନା ମିଳିଛି ।   ଦ୍ୱିତୀୟ ବନ୍ଦେ ଭାରତ ରେକ୍‌ ଓଡ଼ିଶା ପହଞ୍ଚିବା  ପରେ ପୂର୍ବତଟ ରେଳପଥ ପକ୍ଷରୁ ଏହାର ଟ୍ରାଏଲ୍‌  ରନ୍‌ କରାଯିବ । ପରେ ରେଳ ମନ୍ତ୍ରଣାଳୟ ନିଷ୍ପତ୍ତି  ଅନୁସାରେ ଉଦ୍‌ଘାଟନୀ ସମାରୋହ ଅନୁଷ୍ଠିତ  ହେବ । ଡିସେମ୍ବରରେ ଆଗୁଆ ନିର୍ବାଚନ ହେବା  ସମ୍ଭାବନା ଥିବାରୁ ସେପ୍ଟେମ୍ବର ମାସରେ ଓଡ଼ିଶାରେ  ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଉଦଘାଟନୀ  ଉତ୍ସବ ଅନୁଷ୍ଠିତ ହୋଇପାରେ । ଏହି ଉତ୍ସବ ରାଉରକେଲାରେ ହେବାର ସମ୍ଭାବନା ରହିଛି ।   ଗତ ମେ’ ୧୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ନୂଆଦିଲ୍ଲୀରୁ ଭର୍ଚୁଆଲ୍‌ରେ ଓଡ଼ିଶାର ପ୍ରଥମ ବନ୍ଦେ  ଭାରତ ଏକ୍ସପ୍ରେସକୁ ଶୁଭାରମ୍ଭ କରିଥିଲେ । ଯାହା  ପୁରୀ ରେଳ ଷ୍ଟେସନରୁ ଛାଡ଼ିଥିଲା। ଏହି ଦ୍ୱିତୀୟ  ବନ୍ଦେ ଭାରତ ରାଉରକେଲାରୁ ଆରମ୍ଭ ହେବ  ବୋଲି ଆକଳନ କରାଯାଉଛି।

Related Articles

Leave a Reply

Your email address will not be published.

Back to top button