ପଶ୍ଚିମବଙ୍ଗରେ କୃଷକ ମହାପଞ୍ଚାୟତ

ବିଜେପିକୁ ଭୋଟ ଦିଅନି : ଟିକାୟତ

ପଶ୍ଚିମବଙ୍ଗ : ପଶ୍ଚିମବଙ୍ଗ ରାଜନୀତି ମଧ୍ୟରେ କୃଷକ ଆନ୍ଦୋଳନ ଏଣ୍ଟ୍ରି ମାରିଛି । ଭାରତୀୟ କୃଷକ ୟୁନିୟନ ନେତା ରାଜେଶ ଟିକାୟତ ଶନିବାର କୋଲକାତାରେ ଆୟୋଜିତ ଏକ କୃଷକ ମହାପଞ୍ଚାୟତକୁ ସମ୍ବୋଧିତ କରି ବିଜେପି ଉପରେ ଜୋରଜବରଦସ୍ତ ବର୍ଷିଛନ୍ତି । କହିଛନ୍ତି, ବିଜେପି ଦେଶର କୃଷକଙ୍କର କ୍ଷତି କରୁଛି । ଏଣୁ ଆପଣ ବିଜେପିକୁ ଛାଡ଼ି ଯାହାକୁ ଇଚ୍ଛା ତାକୁ ଭୋଟ ଦିଅନ୍ତୁ । କାର୍ଯ୍ୟକ୍ରମରେ ଟିକାୟତ ଆହୁରି ମଧ୍ୟ କହିଥିଲେ ଯେ, ସମ୍ପୂର୍ଣ୍ଣ ସରକାର ଦିଲ୍ଲୀ ଛାଡ଼ି ପଶ୍ଚିମବଙ୍ଗରେ ନିର୍ବାଚନୀ ପ୍ରଚାର କରିବାରେ ବ୍ୟସ୍ତ ଅଛି । ଏଥିପାଇଁ ସରକାରଙ୍କ ପିଛା କରି କରି ଆମେ ଏଠାରେ ପହଞ୍ଚିଗଲୁ । ପ୍ରଧାନମନ୍ତ୍ରୀ ଯୁଆଡେ଼ ଯୁଆଡେ଼ ଯିବେ ଚାଷୀମାନେ ତାଙ୍କୁ ଅନୁସରଣ କରି ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ଦାବି କରିବୁ ବୋଲି ଟିକାୟତ କହିଥିଲେ । କୃଷି ଆଇନ ସମ୍ପୂର୍ଣ୍ଣ ପ୍ରତ୍ୟାହାର ନ ହେବା ଯାଏ ଚାଷୀମାନେ ଆନ୍ଦୋଳନ ବନ୍ଦ କରିବେନି ବୋଲି ଟିକାୟତ ପୂର୍ବରୁ କରି ଆସିଥିବା ଦାବିକୁ ପୁଣି ଦୋହରାଇଥିଲେ ଓ କୃଷକ ମହାପଞ୍ଚାୟତକୁ ମଧ୍ୟ ସମ୍ବୋଧନ କରିଥିଲେ ।

Related Articles

Leave a Reply

Your email address will not be published.

Back to top button