ବିବାହ ପୂର୍ବରୁ ପରିଣିିତି ଓ ରାଘବଙ୍କ ପୂଜାର୍ଚ୍ଚନା

ନୂଆଦିଲ୍ଲୀ : ବଲିଉଡ୍‌ ଅଭିନେତ୍ରୀ ପରିଣିିତି ଚୋପ୍ରା ଓ ସାଂସଦ ରାଘବ ଚଡ୍ଡା ପୁଣି ଉଜ୍ଜେନ୍‌ ମହାକାଳ ଠାରେ ପହଚିଂଛନ୍ତି । ସେଠାରେ ଦୁହେଁ ବାବା ମହାକାଳଙ୍କ ଦର୍ଶନ କରି ପ୍ୱଜାର୍ଚ୍ଚନା କରିଛନ୍ତି । ବଲିୟୁଡ ଅଭିନେତ୍ରୀ ପରିଣିତି ଚୋପ୍ରା ଓ ଆମ ଆଦମୀ ପାର୍ଟିର ନେତା ରାଘବ ଚଡ୍ଡାଙ୍କ ସହିତ ଗତ ୧୩ ମେ, ୨୦୨୩ ରେ ଦିଲ୍ଲୀ ଠାରେ ନିର୍ବନ୍ଧ ହୋଇଥିଲା । ନିର୍ବନ୍ଧ ଆଗରୁ ନିଜ ସମ୍ପର୍କ ସମ୍ବନ୍ଧରେ ଚୁପ୍‌ ରହିଥିଲେ । ଯେବେ ବି ତାଙ୍କୁ ଏକାଠି ଦେଖା ଯାଉଥିଲା । ସବୁବେଳେ ସେ କିଛି ନ କରି ଆଗକୁ ବଢି ଯାଉଥିଲେ । ତେବେ ଆସନ୍ତା ୨୫ ସେପ୍ଟେମ୍ବରରେ ଦୁହେଁ ପରସ୍ପରକୁ ବିବାହ କରିବାକୁ ଯାଉଛନ୍ତି । ବିବାହ ବନ୍ଧନରେ ବାନ୍ଧି ହେବା ୧ ମାସକୁ ଦୁହେଁ ଉଜ୍ଜେନ ମହାକାଳ ମନ୍ଦିର ଠାରେ ପହଂଚିଛନ୍ତି ସେଠାରେ ଶିବଙ୍କୁ ପ୍ୱଜାର୍ଚ୍ଚନା କରିଛନ୍ତି ।

Related Articles

Leave a Reply

Your email address will not be published.

Back to top button