୫-ଟି ସଚିବଙ୍କ ତିନିଦିନିଆ ଗଞ୍ଜାମ ଗସ୍ତ

ଭୁବନେଶ୍ବର: ଗଞ୍ଜାମ ଜିଲ୍ଲାକୁ ୫-ଟି ସଚିବଙ୍କ ତିନିଦିନିଆ ଗସ୍ତର ଆଜି ପ୍ରଥମ ଦିନ। ପ୍ରଥମ ଦିନରେ ସେ କବିସୂର୍ୟ୍ୟନଗର ନିର୍ବାଚନମଣ୍ଡଳୀର ବେଗୁନିଆପଡାରେ ଜନ ଅଭିଯୋଗ ଶୁଣାଣୀ କାର୍ୟ୍ୟକ୍ରମରେ ଯୋଗ ଦେଇଥିଲେ। ଏହି କାର୍ୟ୍ୟକ୍ରମରେ ହଜାର ହଜାର ଲୋକଙ୍କ ଉପସ୍ଥିତିଥିଲେ। ମିଶନ ଶକ୍ତିର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା, ଛାତ୍ରଛାତ୍ରୀ, ଚାଷୀ,ସ୍ଥାନୀୟ ବାସିନ୍ଦା, ବୁଦ୍ଧିଜୀବୀ ଅଭିଯୋଗ ଶୁଣାଣୀରେ ସାମିଲ ହୋଇଛନ୍ତି। ପ୍ରାୟ ୨୦ ହଜାର ଲୋକଙ୍କ ସମାଗମ ଦେଖିବାକୁ ମିଳିଛି। ପୁଷ୍ପଗୁଛ ଓ ହୁଳହୁଳିରେ ୫ଟି ସଚିବଙ୍କୁ ସ୍ୱାଗତ କରାଯାଇଥିଲା। ସେଠାରେ ପହଞ୍ଚି ସମସ୍ତଙ୍କ ପାଖକୁ ଯାଇ ହାତ ମିଶାଇ ସେଲ୍ଫି ବି ନେଇଥିଲେ। ସମସ୍ତଙ୍କ ଅଭିଯୋଗ ଗ୍ରହଣ କରିଛନ୍ତି। ଲୋକଙ୍କ ଅଭିଯୋଗ ଶୁଣିବା ସହ ସମାଧାନ ପାଇଁ ପ୍ରତିଶୃତି ଦେଉଛନ୍ତି ୫ଟି ସଚିବ ଭିକେ ପାଣ୍ଡିଆନ୍ । ପୁଟୁଷୋତ୍ତମପୁର ବ୍ଲକର ଗୁପ୍ତେଶ୍ଵର ମନ୍ଦିର, କବିସୂର୍ୟ୍ୟନଗର ବ୍ଲକର ଆଠଗଡ଼ ଜଗନ୍ନାଥ ମନ୍ଦିର ଓ ବେଗୁନିଆ ପଡା ବ୍ଲକର ସିଦ୍ଧେଶ୍ୱର ମନ୍ଦିର ରୂପାନ୍ତର କରଣ ପ୍ରସ୍ତାବିତ ଯୋଜନାର ଅନୁଧ୍ୟାନ କରିଛନ୍ତି ୫ଟି ସଚିବ। ଏହା ସହ ସାଲିଆ ଡ୍ୟାମ ପେରିଫେରିର ବିକାଶ ସହ ମିଶନ ଶକ୍ତି କାଫେର ଯୋଜନାକୁ ମଧ୍ୟ ଦେଖିଛନ୍ତି।

Related Articles

Leave a Reply

Your email address will not be published.

Back to top button