ପ୍ରଦୀପ ପାଣିଗ୍ରାହୀଙ୍କ ଗାଡି ଉପରକୁ ଅଣ୍ଡା ମାଡ

ଭୁବନେଶ୍ୱର:  ପ୍ରଦୀପ ପାଣିଗ୍ରାହୀଙ୍କୁ ଗୋ ବ୍ୟାକ୍ ନାରା ପରେ ଅଣ୍ଡା ମାଡ । ପ୍ରଦୀପ ପାଣିଗ୍ରାହୀଙ୍କ ଗାଡି ଉପରକୁ ଅଣ୍ଡା ମାଡ କଲେ ବିଜେଡି କର୍ମୀ । ଗାଡିକୁ ଅଟକାଇବା ପରେ ପୁଣି ଅଣ୍ଡା ମାଡ ହୋଇଛି । ଭୁବନେଶ୍ୱରରୁ ଗଞ୍ଜାମ ଯାଉଥିବା ବେଳେ ବାରମ୍ବାର ପ୍ରଦୀପ ପାଣିଗ୍ରାହୀଙ୍କୁ ବିରୋଧ କରାଯାଉଛି । ଦଳୀୟ କର୍ମୀଙ୍କୁ ଲଗାଇ ବିଜେଡି ବିରୋଧ କରୁଥିବା ଅଭିଯୋଗ ହୋଇଛି । ଲାଞ୍ଜିପଲ୍ଲୀ ଖଜୁରିଆ ବାଇପାସରେ ବିଜେଡି କର୍ମୀ ଅଟକାଇଛନ୍ତି । ପ୍ଲାକାର୍ଡ ଦେଖାଇ ଗୋ ବ୍ୟାକ୍ ନାରା ଦେଇ ବିଧାୟକଙ୍କୁ ବିରୋଧ କରିଛନ୍ତି । ବିରୋଧ ପରେ ଲାଞ୍ଜିପଲ୍ଲୀ ସ୍ଥିତ ଫାର୍ମହାଉସକୁ ବିଧାୟକ ଯାଇଛନ୍ତି । ସେଠି ମଧ୍ୟ ଫାର୍ମ ହାଉସ ଆଗରେ ବିଜେଡି କର୍ମୀ ଧାରଣାରେ ବସିଛନ୍ତି । ଫାର୍ମହାଉସରୁ ବାହାରିବା ପାଇଁ ବିଧାୟକଙ୍କୁ ବିଜେଡି କର୍ମୀ ବାଟ ଛାଡୁ ନାହାନ୍ତି । ଭି.କେ ପାଣ୍ଡିଆନଙ୍କ ଗଞ୍ଜାମ ଗସ୍ତ ବେଳେ ଦେଖିବାକୁ ମିଳିଛି ହାଇଡ୍ରାମା। ତାଙ୍କ ଗସ୍ତକୁ ବିରୋଧ କରି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ବି ଆଜି ଗଞ୍ଜାମ ଯାଇଥିବା ବେଳେ ତୀବ୍ର ବିରୋଧର ସମ୍ମୁଖୀନ ହୋଇଛନ୍ତି।   ବ୍ରହ୍ମପୁର ପୂର୍ବରୁ ପ୍ରଦୀପ ପାଣିଗ୍ରାହୀଙ୍କ ବାଟ ଓଗାଳିଛନ୍ତି ଶତାଧିକ ବିଜେଡି କର୍ମୀ।  ବିଧାୟକ ପ୍ରଦୀପ ପାଣିଗ୍ରାହୀ ଆଜି  ବ୍ରହ୍ମପୁରମୁହାଁ ହୋଇଥିବା ବେଳେ ଲାଞ୍ଜିପଲ୍ଲୀ ଛକଠାରେ ତାଙ୍କୁ ଶତାଧିକ ବିଜେଡି କର୍ମୀ ଅଟକାଇଛନ୍ତି। ଫଳରେ ଲାଞ୍ଜିପଲ୍ଲୀ ଏକପ୍ରକାର ରଣକ୍ଷେତ୍ରରେ ପରିଣତ ହୋଇଥିବା ବେଳେ ଉଭୟ ପକ୍ଷ ମୁହାଁମୁହିଁ ହୋଇଛନ୍ତି।

Related Articles

Leave a Reply

Your email address will not be published.

Back to top button