ଏସଆଇଙ୍କ ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ବର : ସଇଁତଳା ଥାନା ଏସଆଇଙ୍କ ଆତ୍ମହତ୍ୟା ଉଦ୍ୟମକୁ ନେଇ ସସପେନ୍ସ। ଏସଆଇ କାଜଲ ବାଗ ବୁଧବାର ବିଳମ୍ଵିତ ରାତିରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ଏପଟେ ଆଜି ସକାଳୁ ବଲାଙ୍ଗୀର ପୋଲିସ ମୁଖ୍ୟାଳୟରେ ବସିଛନ୍ତି ଟାଉନ ଥାନାର ଆଉ ଜଣେ ଏସଆଇ। ଯାହାଙ୍କ ସହ ସମ୍ପୃକ୍ତ ମହିଳା ଏସଆଇଙ୍କ ସମ୍ପର୍କ ରହିଥିବା ପୂର୍ବରୁ ଚର୍ଚ୍ଚା ହେଉଥିଲା। ତେବେ ଏସଆଇ ଜଣଙ୍କ ସେଠାରେ କଣ ପାଇଁ ବସିଛନ୍ତି ତାହା ଜଣାପଡି ନାହିଁ। ଏବାବଦରେ ତାଙ୍କୁ ପଚାରିବାରୁ ସେ ବର୍ତ୍ତମାନ କିଛି କହିପାରିବେ ନାହିଁ ବୋଲି କହିଛନ୍ତି। ଅପର ପକ୍ଷରେ ମହିଳା ପୁଲିସ କର୍ମଚାରୀ ବିଷପାନ ପରେ ତାଙ୍କୁ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ମଧ୍ୟାହ୍ନ ପରେ ସେ କେଉଁଠି ଅଛନ୍ତି ତାହା ଜଣାପଡୁ ନାହିଁ। କାଜଲ ପୂର୍ବରୁ ବଲାଙ୍ଗିର ଟାଉନ ଥାନାରେ କାମ କରୁଥିବା ବେଳେ କିଛିଦିନ ହେବ ସଇଁତଳା ଥାନାରେ ଅବସ୍ଥାପିତ ହୋଇଥିଲେ।

Related Articles

Leave a Reply

Your email address will not be published.

Back to top button