ପଥରରେ ପ୍ରସ୍ତୁତ ଖାଦ୍ୟ

ବେଜିଂ: ଆମେ ବିଭିନ୍ନ ପ୍ରକାରର ଚାଇନିଜ୍‌ ଖାଦ୍ୟ ଯେପରିକି, ଚାଓମିନ୍‌, ରୋଲ, ପ୍ରାଏଡ୍‌ ରାଇସ୍‌ ଖାଇଥାଉ। କିନ୍ତୁ ବର୍ତ୍ତମାନ ଏକ ନୂଆ ଚାଇନିଜ୍‌ ଖାଦ୍ୟ ନଜରକୁ ଆସିଛି। ପଥରରେ ପ୍ରସ୍ତୁତ ଚାଇନିଜ୍‌ ଖାଦ୍ୟ ଆମେ କେବେ ଖାଇ ନ ଥିବା। ନିକଟରେ ଏପରି ଏକ ଚାଇନିଜ୍‌ ଖାଦ୍ୟ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଏକ ପ୍ରକାର କଳା ପଥରକୁ ଭାଜି ସେଥିରୁ ଚାଇନିଜ୍‌ ଖାଦ୍ୟ ପ୍ରସ୍ତୁତ ହେଉଥିବା ଦେଖିବାକୁ ମିଳିଛି। ଏହି ଚାଇନିଜ୍‌ ଖାଦ୍ୟର ନାମ ରହିଛି ‘ସୌଦିଉ’। ଏହାକୁ ଦୁନିଆର ସବୁଠୁ କଠିନ ଖାଦ୍ୟ ବୋଲି କୁହାଯାଉଛି। ଏହି ଖାଦ୍ୟରେ ମୁଖ୍ୟ ସାମଗ୍ରୀ ଭାବେ ପଥରକୁ ବ୍ୟବହାର କରାଯାଇଛି। କୁହାଯାଉଛି କି, ଏହି ଅଦ୍ଭୁତ ଖାଦ୍ୟର ଉତ୍ପତ୍ତି ବହୁ ପ୍ରାଚୀନ କାଳରୁ ଚିର ହୁୱେଇରୁ ହୋଇଥିଲା। ସେଠାରେ ନଦୀକୂଳରେ ରହୁଥିବା ନାବିକଙ୍କୁ ପନିପରିବା ଏବଂ ଜୀବଜନ୍ତୁଙ୍କ ଅଭାବ ହେଉଥିଲା। ସେହି ସମସ୍ୟାରୁ ବର୍ତ୍ତିବା ପାଇଁ ସେମାନେ କିଛି ପଥରକୁ ଏକାଠି କଲେ। କିଛି ମସଲା ସହିତ ସେହି ପଥରକୁ ଭାଜୁଥିଲେ। ଖାଇବାବେଳେ ସେମାନେ କେବଳ ପଥରରୁ ସମସ୍ତ ମସଲା ଚାଟି ସଫା କରିବା ପରେ ପଥରକୁ ଫୋପାଡ଼ି ଦିଅନ୍ତି। ସୌଦିଉର ଅର୍ଥ ହେଉଛି ଚାଟିବା। ସେଥିପାଇଁ ଖାଦ୍ୟର ନାମ ଏପରି ରଖାଯାଇଛି। ସେବେଠାରୁ ଏପରି ଏକ ଚାଇନିଜ୍‌ ଖାଦ୍ୟର ଉତ୍ପତ୍ତି ହୋଇଛି। ଭିଡିଓ ମୁତାବକ, ପରଷା ଯାଇଥିବା ଖାଦ୍ୟର ମୂଲ୍ୟ ୧୬ ୟୁଆନ୍‌ ଅର୍ଥାତ୍‌ ଭାରତୀୟ ମୁଦ୍ରାରେ ୧୮୦ ଟଙ୍କାରୁ ଊର୍ଦ୍ଧ୍ୱ।

Related Articles

Leave a Reply

Your email address will not be published.

Back to top button