ମାଆମାନଙ୍କୁ ନେତୃତ୍ୱ ନେବାକୁ ପଡ଼ିବ: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ସ୍ବାଭିମାନ ଓ ସ୍ବାବଲମ୍ବନ ବିନା ସମାଜ ଆଗେଇପାରିବ ନାହିଁ। ପ୍ରଧାନମନ୍ତ୍ରୀ ଦେଶର ବିକାଶ ଓ ଗ୍ରାମାଞ୍ଚଳର ବିକାଶକୁ ଫୋକସ୍ କରିଛନ୍ତି। ଆଗାମୀ ଦୁଇ ବର୍ଷ ଭିତରେ ଗାଁରେ ଅପ୍ଟିକାଲ୍ ଫାଇବର୍ ସଂଯୋଗ ହେବ। ଏହା ମାଧ୍ୟମରେ ୫ଜି ଆସିବ, ଆଗାମୀ ଦିନରେ ୬ଜି ଆସିବ। ତେଣୁ ଓଡ଼ିଶାର ମାଆମାନେ ସ୍ୱପ୍ନ ଦେଖିବା ଦରକାର। ଓଡ଼ିଶାରେ ସଂଶାଧନର ଅଭାବ ନାହିଁ, ବୁଦ୍ଧିମତାର ଅଭାବ ନାହିଁ। ହେଲେ ଆମକୁ ଦାୟିତ୍ୱ ନେବାକୁ ପଡ଼ିବ, ସଚେତନତା ବଢାଇବାକୁ ପଡ଼ିବ। ଆଜି ଇନଷ୍ଟିଚ୍ୟୁସନାଲ ଡେଲିଭରି ପାଇଁ ସବୁ ବ୍ୟବସ୍ଥା ଅଛି, କିନ୍ତୁ ତା ପାଇଁ ଦାୟିତ୍ୱ ନେବାକୁ ପଡ଼ିବ। ଓଡ଼ିଶାକୁ ଠିକ୍ ନକଲେ, ଦେଶ ଠିକ୍ ହେଇପାରିବନି। ଆଉ କିଛି ବର୍ଷ ପରେ ଓଡ଼ିଶାକୁ ଶହେ ବର୍ଷ ପୂରିବ, ତେଣୁ ମାଆମାନଙ୍କୁ ନେତୃତ୍ୱ ନେବାକୁ ପଡ଼ିବ। ଓଡ଼ିଶାର ସ୍ଥିତି ଭଲ ନାହିଁ।  ମାଆମାନେ ଦାୟିତ୍ୱ ନେଲେ, ଘରର ଛୁଆ ସୁସ୍ଥ ହେବ ଆଉ ସେହି ଛୁଆ ଓଡ଼ିଶାକୁ ପରିବର୍ତ୍ତନ କରିବ। ଆଗାମୀ ଦିନରେ ମାତୃଶକ୍ତି ଗୋଟିଏ ବଡ଼ ସ୍ଥାନକୁ ଯିବେ ବୋଲି କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button