ବାରରେ ନାବାଳିକା ନିୟୋଜିତ କରିଥିଲେ ହେବ କଡା କାର୍ୟ୍ୟାନୁଷ୍ଠାନ

ଭୁବନେଶ୍ବର: ଶୁଭଲକ୍ଷ୍ମୀଙ୍କ ଆତ୍ମହତ୍ୟା ମାମଲା ପରେ ଆକ୍ସନ ମୋଡରେ ଅବକାରୀ ବିଭାଗ । ବାରରେ ନାବାଳିକା ନିୟୋଜିତ କରିଥିଲେ ହେବ କଡା କାର୍ୟ୍ୟାନୁଷ୍ଠାନ । ଖୁବ୍ ଶୀଘ୍ର ରାଜଧାନୀରେ ଥିବା ସମସ୍ତ ଡ୍ୟାନ୍ସ ବାର ଉପରେ ହେବ ଅତର୍କିତ ଚଢ଼ାଉ । ଅବକାରୀ ବିଭାଗ ଗଠନ କଲା ସ୍ଵତନ୍ତ୍ର ସ୍କ୍ୱାର୍ଡ । ୧୮ ଟି ବାରରେ ମହିଳା ଡ୍ୟାନସର ହୋଇଛନ୍ତି ନିଯୁକ୍ତ । ରାଜଧାନୀରେ ୧୮ଟି ବାରରେ ୨୧୬ ମହିଳା କର୍ମଚାରୀ  ନିୟୋଜିତ ହୋଇଛନ୍ତି। ବାରରେ ନିୟୋଜିତ ମହିଳାଙ୍କର ବୟସ ୨୧ ବର୍ଷରୁ ତଦୁର୍ଦ୍ଧ ହୋଇଥିବା ଆବଶ୍ୟକ । ୨୧ ବର୍ଷରୁ କମ ବୟସର ବାଳିକା ନିୟୋଜିତ ହୋଇଥିଲେ ବାର ମାଲିକ ଉପରେ ହେବ କାର୍ୟ୍ୟାନୁଷ୍ଠାନ । ବାରରେ ନିୟୋଜିତ ସମସ୍ତ ମହିଳାଙ୍କ ପରିଚୟ ପତ୍ର ଅବକାରୀ ଅଫିସରେ ଦାଖଲ କରିବା ଆବଶ୍ୟକ । ନଚେତ୍ ଡ୍ୟାନସ ବାର ବନ୍ଦ ହେବ ବୋଲି ଭୁବନେଶ୍ୱର ଅବକାରୀ ବିଭାଗ ସୁପରିଟେଣ୍ଡେଣ୍ଟ  ପ୍ରଦୀପ ପଟ୍ଟନାୟକ କହିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button