ଆସନ୍ତାକାଲି ବନକଲାଗି ନୀତି, ୫ ଘଣ୍ଟା ସାଧାରଣଦର୍ଶ ବନ୍ଦ

ଭୁବନେଶ୍ବର : ଆସନ୍ତାକାଲି ହେବ ମହାପ୍ରଭୁଙ୍କ ବନକଲାଗି ନୀତି ।  ୯ ତାରିଖ ଦିନ ଶ୍ରାବଣ ମଳ କୃଷ୍ଣ ନବମୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କରେ ହେବ ବନକଲାଗି ନୀତି । ଏଥିପାଇଁ ୫ ଘଣ୍ଟା ବନ୍ଦ ରହିବ ସାଧାରଣଦର୍ଶନ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଖବର ଅନୁଯାୟୀ, ଦ୍ୱିତୀୟ ଭୋଗ ମଣ୍ଡପ ଭୋଗ ଶେଷ ହେବା ପରେ ଆରମ୍ଭ ହେବ ଏହି ନୀତି ।  ଆପାତତଃ ସନ୍ଧ୍ୟା ୬ ଟା ରୁ ରାତି ୧୧ଟା ପର୍ୟ୍ୟନ୍ତ ସର୍ବ ସାଧାରଣ ଦର୍ଶନ ବନ୍ଦ ରହିବ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ଦତ୍ତମହାପାତ୍ର ନିଯୋଗ ଓ ଶ୍ରୀମନ୍ଦିର ପ୍ରଶାସନ ମଧ୍ୟରେ ବାରକୁ ନେଇ ବିବାଦ ଯୋଗୁଁ ମହାପ୍ରଭୁଙ୍କ ବନକଲାଗି ନୀତି ଏକ ମାସରୁ ଉର୍ଦ୍ଧ୍ବ ହେବ ହୋଇପାରିନଥିଲା।

Related Articles

Leave a Reply

Your email address will not be published.

Back to top button