ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ ପ୍ରକାଶ

ଭୁବନେଶ୍ବର: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ଚଳିତବର୍ଷ ହାଇସ୍କୁଲ ସାର୍ଟିଫିକେଟ ନିମନ୍ତେ ୧୩୧୦ଜଣ ଛାତ୍ରଛାତ୍ରୀ ଫର୍ମପୂରଣ କରିଥିଲେ । ତନ୍ମଧ୍ୟରୁ ୯୫୦ଜଣ ପରୀକ୍ଷା ଦେଇଥିବାବେଳେ ୪୩୩ଜଣ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ଏହି ପରୀକ୍ଷାରେ ୩୬୦ଜଣ ଛାତ୍ରଛାତ୍ରୀ ଅନୁପସ୍ଥିତ ଥିଲେ । ସେହିଭଳି ଓଡ଼ିଶା ରାଜ୍ୟ ମୁକ୍ତ ବିଦ୍ୟାଳୟ (ଓଏସଓୟୁ) ସାର୍ଟିଫିକେର୍ଟ ନିମନ୍ତେ ୮୯୨୦ଜଣ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ଦେବାକୁ ଫର୍ମପୂରଣ କରିଥିଲେ । ତେବେ ୮ହଜାର ୩୯୫ଜଣ ଜଣ ପରୀକ୍ଷା ଦେଇଥିବାବେଳେ ୫୨୫ଜଣ ଅନୁପସ୍ଥିତ ଥିଲେ । ୬ ୭୭୮ଜଣ ଏହି ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ୪୯ଜଣ ମାଲ୍ ପ୍ରାକ୍ଟିସ କରି ଧରାପଡ଼ିବା ସହ ଫେଲ ହୋଇଥିବା ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନାଯୋଗ୍ୟ ଜୁଲାଇ ୩ରୁ ଆରମ୍ଭ ହୋଇଥିବା ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଜୁଲାଇ ୮ ତାରିଖ ପର୍ଯ୍ୟନ୍ତ ଚାଲିଥିଲା । ମାଟ୍ରିକ ପରୀକ୍ଷା ସହ ଷ୍ଟେଟ ଓପନ୍ ସ୍କୁଲ ପରୀକ୍ଷା ମଧ୍ୟ ଚାଲିଥିଲା । ସାରା ରାଜ୍ୟରେ ୮୦ଟି କେନ୍ଦ୍ରରେ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା ।

Related Articles

Leave a Reply

Your email address will not be published.

Back to top button