ଓଡ଼ିଶାରେ କେନ୍ଦ୍ରୀୟ ଟିମ ସଦସ୍ୟ

ଭୁବନେଶ୍ୱର: ଶିମିଳିପାଳରେ ନିଆଁ ଲାଗିବା ଘଟଣାରେ ଆଜି ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ଏହି ଘଟଣାକୁ ନେଇ କେନ୍ଦ୍ରୀୟ ଟିମ ସଦସ୍ୟ ଓଡ଼ିଶାରେ ପହଞ୍ଚିଛନ୍ତି ।  କେନ୍ଦ୍ରୀୟ ଟିମର ସଦସ୍ୟ ଅମିତ ମଲ୍ଲିକ ଆଜି ଭୁବନେଶ୍ୱରରେ ପହଞ୍ଚିଛନ୍ତି ।  ଏନଟିସିଏ ଆଇଜି ଅମିତ ମଲ୍ଲିକ ଭୁବନେଶ୍ୱରରେ ଆସି ପହଞ୍ଚିଛନ୍ତି ।  ଟିମର ଅନ୍ୟ ଜଣେ ସଦସ୍ୟ ସୁବ୍ରତ ମହାପାତ୍ର ଭୁବନେଶ୍ୱରରେ ଅଛନ୍ତି ।  ଟିମ ସଦସ୍ୟ ଅମିତ ଓ ସୁବ୍ରତ ଶିମିଳିପାଳ ଗସ୍ତ କରିବେ ।  ଉଭୟ ଶିମିଳିପାଳ ଯାଇ ନିଆଁ ଲାଗିବାର କାରଣ ଓ ନିରାକରଣ ନେଇ ଅନୁଧ୍ୟାନ କରିବେ । ନିଆଁ ଲିଭା କାର୍ୟ୍ୟରେ ୭୫୦ଟି ଟିମ୍, ଅଧିକ ୮ଶହ ନିଆଁ ଲିଭା ୱାଚ୍ରଙ୍କୁ ନିଆଁ ଲିଭାରେ ନିୟୋଜିତ କରାଯାଇଛି । ୨୫ ଜଣିଆ ୨ଟି ଓଡ୍ରାଫ୍ ଟିମ୍ ସହ ୨୦ ଜଣ ଅଗ୍ନିଶମ କର୍ମଚାରୀ ନିୟୋଜିତ ଅଛନ୍ତି । ମଙ୍ଗଳବାରର ଏହି ରିପୋର୍ଟ ଭିତରେ ଶିମିଳିପାଳରେ ପ୍ରବଳ ବର୍ଷା ହୋଇଥିଲା ।

Related Articles

Leave a Reply

Your email address will not be published.

Back to top button