ସାହାରାର ନିବେଶକଙ୍କ ପାଇଁ ଖୁସି ଖବର: ଆଜିଠୁ ଆରମ୍ଭ ହେଲା ଜମା ଫେରସ୍ତ ପ୍ରକ୍ରିୟା

ନୂଆଦିଲ୍ଲୀ: ବର୍ଷ ବର୍ଷ ଧରି ଅଟକି ରହିଥିବା ସାହାରା ଇଣ୍ଡିଆ ନିବେଶକଙ୍କ ଜମା ଫେରସ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ, ସାହାରାର ଚାରିଟି ସମବାୟ ସମିତିରେ ଜମା ହୋଇଥିବା ଟଙ୍କା ଫେରସ୍ତ ପାଇଁ ମୋଦୀ ସରକାର ପ୍ରତିଶ୍ରୁତିବଦ୍ଧ। ଆଜି ‘ସାହାରା ରିଫଣ୍ଡ ପୋର୍ଟାଲ’ ମାଧ୍ୟମରେ ଜମାକାରୀଙ୍କୁ ସେମାନଙ୍କ ରାଶି ସ୍ଥାନାନ୍ତର କରାଯାଉଛି। ପ୍ରକାଶ ଯେ, କେନ୍ଦ୍ର ମନ୍ତ୍ରୀ ଅମିତ ଶାହା ୧୦-୧୦ ହଜାର ଟଙ୍କାର ପ୍ରଥମ କିସ୍ତି ୧୧୨ ହିତାଧିକାରୀଙ୍କୁ ହସ୍ତାନ୍ତର କରିଛନ୍ତି। କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ପୋର୍ଟାଲରେ ୧୫ ଲକ୍ଷ ଲୋକ ପଞ୍ଜୀକୃତ ହୋଇଛନ୍ତି। ସାହାରାର ଛୋଟ ନିବେଶକମାନେ କଦାପି ଭାବି ନଥିବେ ଯେ ସେମାନଙ୍କ ଟଙ୍କା ଫେରି ଆସିବ, କିନ୍ତୁ ବର୍ତ୍ତମାନ ଫେରସ୍ତ ହେବା ଆରମ୍ଭ କରିଛି।

Related Articles

Leave a Reply

Your email address will not be published.

Back to top button