ଅର୍ଚ୍ଚନା ନାଗଙ୍କୁ ଜାମିନ୍

ଭୁବନେଶ୍ବର : ବହୁ ଚର୍ଚ୍ଚିତ ସେକ୍ସ ସ୍କାଣ୍ଡାଲ ଓ ବ୍ଲାକ୍‌ମେଲିଂ ମାମଲାରେ ଗିରଫ ହୋଇଥିବା ଅର୍ଚ୍ଚନା ନାଗଙ୍କୁ ଜାମିନ୍ ମିଳିଛି । ଖଣ୍ଡଗିରି ଓ ନୟାପଲ୍ଲୀ ଥାନାରେ ହୋଇଥିବା ୨ଟି ମାମଲାରେ ତାଙ୍କୁ ଜାମିନ୍ ମିଳିଥିବା ସୂଚନା । ହାଇକୋର୍ଟ ଏ ମାମଲାରେ ଜାମିନ୍ ଶୁଣାଣି କରିଛନ୍ତି । ଆସନ୍ତା ୯ ତାରିଖରେ ମାମଲାରେ ପରବର୍ତ୍ତୀ ଶୁଣାଣି  । ଏଥିସହ ତଦନ୍ତରେ ସହଯୋଗ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ତାଙ୍କ ନାଁରେ ଥିବା ମାମଲା ନେଇ ବାହାରେ କୌଣସି ପ୍ରତିକ୍ରିୟା ନ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଇଡି ମାମଲାରେ ଏବେ ବି ଅର୍ଚ୍ଚନାଙ୍କ ନାଁ ବେଲ୍ ମିଳିନାହିଁ । ତେଣୁ ଏବେ ଅର୍ଚ୍ଚନା ଜେଲ୍‌ରୁ ବାହାରିବେ ନାହିଁ । ଅର୍ଚ୍ଚନା ନେତା-ମନ୍ତ୍ରୀଙ୍କୁ ବ୍ଲାକ୍‌ମେଲିଂ କରି କୋଟି କୋଟି ଟଙ୍କା ରୋଜଗାର କରିଥିଲେ । ତାଙ୍କୁ କମିଶନରେଟ୍ ପୋଲିସ ଗିରଫ କରିଥିଲା । ପରେ ଅର୍ଚ୍ଚନାଙ୍କ ଆର୍ଥିକ କାରବାରର ଖୋଳତାଡ଼ ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନିଜ ଆଡ଼ୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଇଡି ମଧ୍ୟ ତାଙ୍କୁ ଓ ତାଙ୍କ ସ୍ୱାମୀଙ୍କୁ ପିଏମ୍‌ଏଲ୍‌ଏ ଆକ୍ଟ-୧୯ରେ ଗିରଫ କରିଥିଲା ।

Related Articles

Leave a Reply

Your email address will not be published. Required fields are marked *

Back to top button