ହରିୟାଣା ଗୋଷ୍ଠୀ ସଙ୍ଘର୍ଷ: ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି

ନୂଆଦିଲ୍ଲୀ: ହରିୟାଣା ଗୋଷ୍ଠୀ ସଙ୍ଘର୍ଷରେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ପାଇଥିବା ସୂଚନା ମିଳିଛି। ଦୁଇ ହୋମଗାର୍ଡଙ୍କ ସମେତ ଜଣେ ସାଧାରଣ ନାଗରିକ ଏବଂ ଜଣେ ଇମାମଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ସ୍ଥାନୀୟ ପ୍ରଶାସନ ପକ୍ଷରୁ ଇଣ୍ଟରନେଟ ସେବା ସ୍ଥଗିତ କରାଯିବା ସହ ସ୍କୁଲଗୁଡିକୁ ବନ୍ଦ କରାଯାଇଛି। ସୂଚନା ଅନୁସାରେ, ଗତକାଲି ବିଶ୍ୱ ହିନ୍ଦୁ ପରିଷଦ ଶୋଭାଯାତ୍ରା ବନ୍ଦ କରିବାକୁ ଉଦ୍ୟମ କରାଯିବାରୁ ଏହି ଗୋଷ୍ଠୀ ସଙ୍ଘର୍ଷ ଘଟିଥିଲା। ନୁହରେ ହିଂସା ଖବର ପ୍ରସାରିତ ହେବାପରେ ଗୁରୁଗ୍ରାମର ସୋହନା ରୋଡ୍ ନିକଟରେ ଦୁଇ ସମ୍ପ୍ରଦାୟର ବିକ୍ଷୋଭକାରୀମାନେ ସଂଘର୍ଷ କରିଥିଲେ। ଉଭୟ ଗୋଷ୍ଠୀ ମଧ୍ୟରେ ଗୁଳିବିନିମୟ ମଧ୍ୟ ଘଟିଥିଲା। ମାମଲାକୁ ନିୟନ୍ତ୍ରଣ କରିବାକୁ ଯାଇ ପୁଲିସ ମଧ୍ୟ ବିକ୍ଷୋଭର ଶିକାର ହୋଇଛି।

Related Articles

Leave a Reply

Your email address will not be published.

Back to top button