ନରେନ୍ଦ୍ର ମିଶ୍ରଙ୍କୁ ‘ଗଙ୍ଗାଧର ମେହେର ସମ୍ମାନ’

ଭୁବନେଶ୍ବର: ଗଙ୍ଗାଧର ମେହେର ସ୍ମୃତି କମିଟିର ନୂତନ କର୍ମକର୍ତ୍ତା ଚୟନ ଇତିମଧ୍ୟରେ ହୋଇଯାଇଛି। ରବିବାର ଚନ୍ଦ୍ରଶେଖରପୁରସ୍ଥିତ ମିହିର ମେହେରଙ୍କ ବାସଭବନରେ ଏହି ବୈଠକ ଆୟୋଜନ କରାଯାଇ ସ୍ଥିର କରାଯାଇଛି। ଚଳିତ ବର୍ଷ ‘ଗଙ୍ଗାଧର ମେହେର ସମ୍ମାନ’ ରେ ସମ୍ମାନିତ ହେବେ ଅବସରପ୍ରାପ୍ତ ଆଇ ଏ ଏସ ଅଫିସର ନରେନ୍ଦ୍ର କୁମାର ମିଶ୍ର ବୋଲି ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଥିଲା।

ଗଙ୍ଗାଧର ମେହେର ସ୍ମୃତି କମିଟିର ଉପଦେଷ୍ଟାରେ ନରେନ୍ଦ୍ର କୁମାର ମିଶ୍ର ଓ ଶେଷଦେବ ମେହେର, ଆବାହକ ମିହିର ମେହେର, ସଂଜୀବ ଚନ୍ଦ୍ର ହୋତା ଅଧ୍ୟକ୍ଷଭାବେ, ବ୍ରହ୍ମାନନ୍ଦ ମେହେର ଓ ନରସିଂହ ମେହେର ଉପାଧ୍ୟକ୍ଷ, ଦିଲ୍ଲୀପ ଦାଶଶର୍ମା ସମ୍ପାଦକ, କୁମରମଣୀ ମେହେର ଓ ସୁରେଶ ନାୟକ ଯୁଗ୍ମ ସମ୍ପାଦକ, ଅଶୋକ ମେହେର, ମଣିକର ମେହେର, ସନତ ମେହେର, ଧନୁର୍ଜୟ ମାହାର ଓ ଲୋକେଶ ଜଗତ ସାଙ୍ଗଠନିକ ସମ୍ପାଦକ, ଗୀତା ମେହେର କୋଷାଧ୍ୟକ୍ଷ, ମାନସ ପରିଡା ଓ ଶକ୍ତିମାନ ମେହେର ଗଣମାଧ୍ୟମ ସମ୍ପାଦକ, ସୁଶୀଲ କୁମାର ବାଗ ଓ ପ୍ରଶାନ୍ତ ମହାପାତ୍ର ସ୍ମରଣିକା ସମ୍ପାଦକ, ସମୀର ମେହେର ଓ ସଂଜୀବ ମେହେର କାର୍ଯ୍ୟାଳୟ ସମ୍ପାଦକ ଭାବେ ନିର୍ବାଚିତ ହୋଇଥିଲେ। ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ସ୍ମୃତିକୁ ଉଜ୍ଜୀବିତ ରଖିବା ପାଇଁ ତାଙ୍କ ନାମରେ ନାମିତ କରାଯାଇଛି ‘ଗଙ୍ଗାଧର ମେହେର ସମ୍ମାନ’।

Related Articles

Leave a Reply

Your email address will not be published.

Back to top button