ଶ୍ରୀମନ୍ଦିରର ପଶ୍ଚିମ ଦ୍ବାରରେ ଧାରଣା ଦେବେ ସୁଦର୍ଶନ ପଟ୍ଟନାୟକ

ଭୁବନେଶ୍ବର : ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ବଡ ଘୋଷଣା। ଆସନ୍ତାକାଲି ସେ ଶ୍ରୀମନ୍ଦିର ପଶ୍ଚିମ ଦ୍ବାର ଆଗରେ ଧାରଣାରେ ବସିବେ। ଏ ନେଇ ସୁଦର୍ଶନ ଟୁଇଟ କରି ଘୋଷଣା କରିଛନ୍ତି। ଏହି ଟୁଇଟକୁ ସେ ପୁରୀ ଅଫିସିଆଲଙ୍କୁ ମଧ୍ୟ ଟ୍ୟାଗ କରିଛନ୍ତି। ଯଦି ତାଙ୍କ କଥା ନ ଶୁଣାଯାଏ ତେବେ ସେ ଏହି ଧାରଣା ଦେବେ। ତେବେ ଘଟଣାଟି ହେଲା ଯେ, ଶ୍ରୀମନ୍ଦିର ପ୍ରଶାସନ କୋରନା ସମୟରୁ ମନ୍ଦିରର ଚାରି ଦ୍ବାରରୁ କେବଳ ସିଂହଦ୍ବାର ଖୋଲା ରଖି ଅନ୍ୟ ତିନି ଦୁଆର ବନ୍ଦ କରିଦେଇଛନ୍ତି। ଫଳରେ ଭକ୍ତ ତଥା ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ଶ୍ରୀଜିୟୁଙ୍କୁ ଦର୍ଶନ କରିବାରେ ବଡ ଅସୁବିଧା ହେଉଛି। ଫଳରେ ଶ୍ରୀମନ୍ଦିର ପ୍ରଶାସନ ଖୁବ ଶିଘ୍ର ଅନ୍ତତଃ ପକ୍ଷେ ପଶ୍ଚିମ ଦ୍ବାର ଖୋଲନ୍ତୁ ବୋଲି ସେ ଦାବୀ କରିଛନ୍ତି। ଅନ୍ୟ ଦ୍ବାର ପରେ ନିଷ୍ପତି ନେଇ ଖୋଲିବାକୁ ସେ ପରାମର୍ଶ ଦେଇଛନ୍ତି। ଯଦି ପ୍ରଶାସନ ଏହାକୁ କାର୍ଯ୍ୟକାରୀ ନ କରେ ତେବେ ସୋମବାରଠାରୁ ସେ ପଶ୍ଚିମ ଦ୍ବାର ସମ୍ମୁଖରେ ଧାରଣା ଦେବେ ବୋଲି ସୁଦର୍ଶନ ଘୋଷଣା କରିଛନ୍ତି।

Related Articles

Leave a Reply

Your email address will not be published.

Back to top button