ନାସା ରୋଭରକୁ ମଙ୍ଗଳରେ ମିଳିଲା ଜୀବନ ସଙ୍କେତ

ଓ୍ବାଶିଂଟନ,୧୬।୭ : ଆମେରିକାର ସ୍ପେସ ଏଜେନ୍ସି ନାସାର ରୋଭର ମଙ୍ଗଳ ଗ୍ରହର ମାର୍ଟିଆନ କ୍ରାଟରରେ କାର୍ବନିକ ଯୌଗିକର ପ୍ରମାଣ ଥିବା ଆବିଷ୍କାର କରିଛି। ଏହା ସୂଚିତ କରୁଛି ଏକଦା ମଙ୍ଗଳ ଗ୍ରହରେ ଜୀବନ ବିଦ୍ୟମାନ ଥିଲା। କାର୍ବନିକ ଯୌଗିକଗୁଡ଼ିକ ହେଉଛି ଅଙ୍ଗାରକାମ୍ଳ ଅଣୁ। ସେଗୁଡ଼ିକରେ ହାଇଡ୍ରୋଜେନ, ଅମ୍ଳଜାନ, ନାଇଟ୍ରୋଜେନ, ଫସଫରସ ଏବଂ ସଲଫାଇଡ ଭଳି ଉପାଦାନ ମଧ୍ୟ ରହିଥାଏ । ଏହାପୂର୍ବରୁ, ମଙ୍ଗଳ ଗ୍ରହରୁ ପଠାଯାଇଥିବା ମେଟେରାଇଟ ସହିତ ଗେଲ କ୍ରାଟରରେ ବିଭିନ୍ନ ପ୍ରକାରର ଜୈବ ରାସାୟନିକ ପଦାର୍ଥ ମଧ୍ୟ ମିଳିଥିଲା। ନୂତନ ଗବେଷଣା ଗ୍ରହରେ ଜୀବନର ସମ୍ଭାବନାକୁ ମଜବୁତ କରିଛି। ଫଳାଫଳଗୁଡିକ ସୂଚିତ କରିଛି ମଙ୍ଗଳ ଗ୍ରହରେ ଏକ ଜଟିଳ ଜୈବ ଜିଓ କେମିକାଲ ଚକ୍ର ଥିଲା। ଏହାର ଅର୍ଥ ହେଉଛି ଅନେକ ସମ୍ଭାବ୍ୟ ଜଳଭଣ୍ଡାର ମଧ୍ୟ ଥିଲା। ଏହି ରୋଭରର ତଥ୍ୟ ଭିତ୍ତିକ ଅନୁସନ୍ଧାନ ନେଚର ପତ୍ରିକାରେ ପ୍ରକାଶିତ ହୋଇଛି ।



