ଲୋୟର ସୁକତେଲରୁ ପ୍ରଥମ ବନ୍ୟାଜଳ ନିଷ୍କାସନ

ଭୁବନେଶ୍ବର: ବଲାଙ୍ଗୀରରେ ନିର୍ମାଣାଧୀନ ଲୋୟର ସୁକତେଲର ଅସ୍ଥାୟୀ ମାଟି ବନ୍ଧରେ ଗଚ୍ଛିତ ଥିବା ବନ୍ୟାଜଳ ନିଷ୍କାସନ ଆରମ୍ଭ ହୋଇଛି । କେନାଲ ଦ୍ୱାର ଦେଇ ମୁଖ୍ୟ ଦ୍ୱାରର ତଳ ପଟେ ଥିବା ଦୁଇଟି ଗେଟ୍ ଦେଇ ଏହି ବନ୍ୟା ଜଳ ନିଷ୍କାସନ କରାଯାଇଛି । ଏହା ପୂର୍ବରୁ ବିଭାଗ ପକ୍ଷରୁ କୌଣସି ସମୟରେ ବନ୍ୟା ଜଳ ନିଷ୍କାସନ ନେଇ ସୂଚନା ଦେଇ ସୁକତେଲ ନଦୀ ବ୍ୟବହାର କରୁଥିବା ଲୋକଙ୍କୁ ସତର୍କ କରାଯାଇଥିଲା । କଂକ୍ରିଟ ଡ୍ୟାମର କିଛି ଦୂରରେ ଥିବା ଏହି ମାଟି ବନ୍ଧରେ ୯ ମିଟର ପାଣି ରହିବାର କ୍ଷମତା ରହିଛି । ଏଥିରେ ୬ ମିଟରରୁ ଅଧିକ ବନ୍ୟାଜଳ ଭର୍ତ୍ତି କରାଯାଇଥିଲା ।

Related Articles

Leave a Reply

Your email address will not be published.

Back to top button