ଭାରତୀୟ ଦୂତାବାସ ଉପରେ ଆକ୍ରମଣ କଲେ ଖାଲିସ୍ତାନ ସମର୍ଥକ: ଆମେରିକାର ଦୃଢ ନିନ୍ଦା

ନୂଆଦିଲ୍ଲୀ: ରବିବାର ଦିନ ସାନ ଫ୍ରାନ୍ସିସ୍କୋରେ ଥିବା ଭାରତୀୟ ବାଣିଜ୍ୟ ଦୂତାବାସରେ ଖାଲିସ୍ତାନ ସମର୍ଥକଙ୍କ ଅଗ୍ନିକାଣ୍ଡ ଉଦ୍ୟମକୁ ଆମେରିକା ଦୃଢ ନିନ୍ଦା କରିଛି। ଆମେରିକାର ସ୍ଥାନୀୟ ଚ୍ୟାନେଲ ଦିୟା ଟିଭି ରିପୋର୍ଟ ଅନୁଯାୟୀ, ଖାଲିସ୍ତାନୀ କଟ୍ଟରପନ୍ଥୀମାନେ ରାତି ୧.୩୦ ରୁ ୨.୩୦ ମଧ୍ୟରେ ଭାରତୀୟ ବାଣିଜ୍ୟ ଦୂତାବାସରେ ନିଆଁ ଲଗାଇ ଦେଇଥିଲେ, କିନ୍ତୁ ସାନ ଫ୍ରାନ୍ସିସ୍କୋ ଅଗ୍ନିଶମ ବିଭାଗ ଏହାକୁ ଶୀଘ୍ର ଆୟତ୍ତ କରିଥିଲା। ରିପୋର୍ଟରେ କୁହାଯାଇଛି ଯେ, ଅଗ୍ନିକାଣ୍ଡ ଯୋଗୁଁ ଅଧିକ କ୍ଷୟକ୍ଷତି ହୋଇନାହିଁ। ଏଥିସହିତ ଏହି ଘଟଣାରେ କୌଣସି କର୍ମଚାରୀ ଆହତ ହୋଇନାହାଁନ୍ତି। ଖାଲିସ୍ତାନ ସମର୍ଥକମାନେ ମଧ୍ୟ ଏହି ଘଟଣା ସମ୍ପର୍କରେ ଏକ ଭିଡିଓ ଜାରି କରିଛନ୍ତି।

Related Articles

Leave a Reply

Your email address will not be published.

Back to top button