ଆଣ୍ଡାମାନ-ନିକୋବର ଜେଲକୁ ସ୍ଥାନାନ୍ତର ହେବେ ବଡ଼ ଗ୍ୟାଙ୍ଗଷ୍ଟର

ନୂଆଦିଲ୍ଲୀ : ଉତ୍ତର ଭାରତର ଜେଲରେ ଥିବା ଗ୍ୟାଙ୍ଗଷ୍ଟରମାନଙ୍କୁ ଆଣ୍ଡାମାନ ଏବଂ ନିକୋବର ଜେଲକୁ ପଠାଇବା ପାଇଁ ପ୍ରସ୍ତୁତି ଚାଲିଛି। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଦିଲ୍ଲୀ, ହରିୟାଣା ଏବଂ ପଞ୍ଜାବର ଜେଲରେ ଥିବା ବଡ ଗ୍ୟାଙ୍ଗଷ୍ଟରଙ୍କୁ ଆଣ୍ଡାମାନ-ନିକୋବର ଜେଲକୁ ସ୍ଥାନାନ୍ତର କରାଯିବ। ଏହା କୁହାଯାଉଛି ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ଗ୍ୟାଙ୍ଗଷ୍ଟରମାନଙ୍କୁ ଆଣ୍ଡାମାନ-ନିକୋବର ଜେଲକୁ ପଠାଇବାକୁ ଅନୁରୋଧ କରିଛି। ସୂଚନାନୁସାରେ, ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ଅଧିକାରୀ ଏବଂ ଏନଆଇଏ ମଧ୍ୟରେ ମଧ୍ୟ ଏକ ଆଲୋଚନା ହୋଇଛି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ଅଧିକାରୀମାନଙ୍କୁ ଏନଆଇଏ କହିଛି ଦିଲ୍ଲୀ-ହରିୟାଣା ଏବଂ ପଞ୍ଜାବର ଜେଲରେ ରହିଥିବା କେତେକ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଆଣ୍ଡାମାନ ଏବଂ ନିକୋବର ଜେଲକୁ ସ୍ଥାନାନ୍ତର କରାଯିବା ଉଚିତ। କୁହାଯାଉଛି ଏନଆଇଏ ମଧ୍ୟ ଗ୍ୟାଙ୍ଗଷ୍ଟରମାନଙ୍କୁ ଆସାମର ଡିବ୍ରୁଗଡ ସେଣ୍ଟ୍ରାଲ ଜେଲକୁ ପଠାଇବାକୁ ଚିନ୍ତା କରୁଛି। ସୂଚନାନୁସାରେ, ଯେଉଁଥିରେ ମୁଖ୍ୟ ପ୍ରସ୍ତାବ ଥିଲା ଦକ୍ଷିଣ ଭାରତର ଜେଲକୁ ଗ୍ୟାଙ୍ଗଷ୍ଟର ପଠାଇବା, କିନ୍ତୁ ଏହା ଏକ ଦୀର୍ଘ ପ୍ରକ୍ରିୟା ଦେଇ ଗତି କରିବାକୁ ପଡ଼ିବ ଏବଂ ରାଜ୍ୟ ସରକାରଙ୍କଠାରୁ ଅନୁମତି ନେବାକୁ ପଡ଼ିବ। କିନ୍ତୁ ଏକ ୟୁନିଅନ ଟେରିଟୋରୀ ହୋଇ ଆଣ୍ଡାମାନ ଏବଂ ନିକୋବର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଅଧୀନରେ ଆସେ, ତେଣୁ ଏହି ପ୍ରକ୍ରିୟା କମ ସମୟ ନେଇଥାଏ । ଏହାପୂର୍ବରୁ ମଧ୍ୟ କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି ଉତ୍ତର ଭାରତର ଜେଲରେ ଥିବା ଅତି କମରେ୨୫ ଜଣ ଗ୍ୟାଙ୍ଗଷ୍ଟରକୁ ଦକ୍ଷିଣ ଜେଲକୁ ପଠାଇବାକୁ ଦାବି କରିଛି। ଯେଉଁଥିରେ ଲରେନ୍ସ ବିଶ୍ନାଇ, ହାସିମ ବାବା ଚେନୁ, କୌଶଲ ଚୌଧୁରୀ, ଆମ୍ରିକ ସିଂଙ୍କ ନାମ ଅନ୍ତର୍ଭୁକ୍ତ । କେବଳ ଏତିକି ନୁହେଁ ଦିଲ୍ଲୀ, ପଞ୍ଜାବ, ହରିୟାଣା ଏବଂ ୟୁପିର ୧୫୦ ବଡ ଅପରାଧୀଙ୍କ ତାଲିକା ମଧ୍ୟ ପ୍ରସ୍ତୁତ କରାଯାଉଛି। ଯେଉଁମାନେ ଏହି ରାଜ୍ୟଠାରୁ ଦୂରରେ ଥିବା ଅନ୍ୟକୌଣସି ରାଜ୍ୟର ଜେଲକୁ ସ୍ଥାନାନ୍ତର ହୋଇପାରିବେ। ଜେଲରେ ରହିଥିବା ଗ୍ୟାଙ୍ଗଷ୍ଟରଙ୍କ ସୁରକ୍ଷା ପାଇଁ ଏନଆଇଏହି ପଦକ୍ଷେପ ନେଉଛି। ନିକଟରେ କ୍ରାଇମ ବ୍ରାଞ୍ଚ କୋର୍ଟରେ ପ୍ରକାଶ କରିଥିଲା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଶ୍ନୋଇ ଏବଂ ସମ୍ପାଟ ନେହେରା ଜେଲରୁ ନିଜର କ୍ରାଇମ ସିଣ୍ଡିକେଟ ଚଳାଉଛନ୍ତି। ଉଭୟ ଗ୍ୟାଙ୍ଗଷ୍ଟର ଜେଲରେ ବସି  ନିଯୁକ୍ତି ଦେଉଛନ୍ତି ।

Related Articles

Leave a Reply

Your email address will not be published.

Back to top button