ନୀତୀଶ କୁମାରଙ୍କ ସହ ମଧ୍ୟ ସମାନ ଘଟଣା ଘଟିବ: ମହାରାଷ୍ଟ୍ର ରାଜନୀତିକୁ ନେଇ ଏଭଳି କହିଲେ କେନ୍ଦ୍ରମନ୍ତ୍ରୀ

ମୁମ୍ବାଇ: ମହାରାଷ୍ଟ୍ରରେ ରାଜନୈତିକ ସରଗରମ ମଧ୍ୟରେ କେନ୍ଦ୍ର ମନ୍ତ୍ରୀ ରାମଦାସ ଅଠାୱଲେ ଏକ ବଡ ଦାବି କରିଛନ୍ତି। ବିହାରରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସହ ମଧ୍ୟ ସମାନ ଘଟଣା ଘଟିବ ବୋଲି ସେ କହିଛନ୍ତି। କେନ୍ଦ୍ର ମନ୍ତ୍ରୀ ଅଠାୱଲେ କହିଛନ୍ତି ଯେ, ‘ଅଜିତ ପାୱାର କିଛି ସମୟ ଧରି ଅସନ୍ତୋଷ ଥିଲେ। କାରଣ ସେ ଚାହୁଁଥିଲେ ବିଜେପି ସହ ଏନସିପି ମେଣ୍ଟ କରୁ। କିନ୍ତୁ ଶରଦ ପାୱାର ଏଥିପାଇଁ ପ୍ରସ୍ତୁତ ନଥିଲେ। ମୁଁ ଅଜିତ ପାୱାରଙ୍କ ନିଷ୍ପତ୍ତିକୁ ସ୍ୱାଗତ କରୁଛି। ଏହା NCP ଏବଂ MVA ପାଇଁ ଏକ ବଡ ପରିବର୍ତ୍ତନ ଏବଂ ଏକ ବଡ ଝକା। ସେ ବ୍ୟଙ୍ଗାତ୍ମକ ଭାବରେ କହିଛନ୍ତି ଯେ, ଏନସିପି ମୁଖ୍ୟ ଶରଦ ପାୱାର ଏବଂ ସୁପ୍ରିୟା ସୁଲେ ଅବଶିଷ୍ଟ ଲୋକଙ୍କ ସହ କାମ କରିବେ। ନୀତୀଶ କୁମାରଙ୍କୁ ଆକ୍ରମଣ କରି ଅଠାୱଲେ କହିଛନ୍ତି ଯେ, ବିରୋଧୀ ଏକତା ସହ ଆମେ କୌଣସି ‘ଅପରେସନ୍’ କରୁନାହୁଁ, ଲୋକମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଅଛନ୍ତି। ବିହାରର ଅନେକ ନେତା ଓ ବିଧାୟକ ନୀତୀଶ କୁମାରଙ୍କ ଉପରେ ଅସନ୍ତୋଷ ଅଛନ୍ତି। ନୀତୀଶ କୁମାର ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଆସି ପରେ ଚାଲିଗଲେ, ତେଣୁ ଲୋକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସା କରୁଥିବାବେଳେ ରାମଦାସ ଅଠାୱଲେ କହିଛନ୍ତି ଯେ, ମୋଦୀ ଜଣେ ବିକାଶ ପୁରୁଷ। ସେ ସମସ୍ତଙ୍କୁ ସାଙ୍ଗରେ ନେଇଯାଆନ୍ତି। ଦଳିତ ହୁଅନ୍ତୁ, ପଛୁଆ କିମ୍ବା ସଂଖ୍ୟାଲଘୁ ହୁଅନ୍ତୁ, ସମସ୍ତେ ପିଏମ ମୋଦୀଙ୍କୁ ସମର୍ଥନ କରୁଛନ୍ତି। ସେଥିପାଇଁ ସମଗ୍ର ଦେଶରେ ଏକ ପରିବେଶ ସୃଷ୍ଟି ହେଉଛି। ମହାରାଷ୍ଟ୍ରରେ ଯେପରି ଘଟିଛି, ଏହା ଅନ୍ୟ ରାଜ୍ୟରେ ମଧ୍ୟ ହୋଇପାରେ। ୨୦୨୪ ସୁଦ୍ଧା ଆମର NDA ଆହୁରି ଶକ୍ତିଶାଳୀ ହୋଇପାରେ।

Related Articles

Leave a Reply

Your email address will not be published.

Back to top button